March 8, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁହୁରା କୋଟ ଠାରେ ଦେସିଆ ନାଟଗୁରୁ ସଂଘର ନୂଆଖାଇ ଭେଟଘାଟ……….

IMG-20251228-WA0024
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ଉପାନ୍ତ ଅଞ୍ଚଳ କୁହୁରାକୋଟ ଠାରେ ଦେସିଆ ନାଟଗୁରୁ ସଂଘର ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ତଥା ଏକ ବନ୍ଧୁମିଳନ କାର୍ଯକ୍ରମ ବିରାଟ ଆୟଜନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦିବାସୀ ଝିଅ ମାନେ ପାରମ୍ପାରିକ ନୃତ୍ୟ ସହ ଏକ ବିରାଟ ପଟୁଆରରେ ମୁଖ୍ୟଅତିଥି ବିଧାୟକ ନରସିଂହ ଭତ୍ରାଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ | ବିଧାୟକ ଶ୍ରୀ ନରସିଂହ ଭତ୍ରା ତାଙ୍କ ବକ୍ତବ୍ୟରେ ଆମ ଜିଲ୍ଲାର ଆଦିବାସୀ ନୃତ୍ୟକୁ କିପରି ଓଡ଼ିଶା ଏବଂ ଦେଶ ବାହାରେ ବହୁଳ ଭାବରେ ପ୍ରସାର ପ୍ରଚାର ହୋଇ ପାରିବ ସେଥିପ୍ରତି ଚେଷ୍ଟା କରିବା ସହ ଝରିଗାଁ ବ୍ଳକ୍ ରେ ନାଟ ମହା ସଂଘର ଏକ ସ୍ଥାୟୀ ଗୃହ ପ୍ରତିଷ୍ଠା ହେବା ସହ ଏହି ଜିଲ୍ଲାରେ କଳାକାର ମାନଙ୍କୁ ବଞ୍ଚାଇବା ଏବଂ ସେମାନଙ୍କ ଭିତରେ କିପରି ଭାଇଚାରା ସୃଷ୍ଟି ହୋଇପାରିବ ସେଥିପାଇଁ ମୁଁ ସଂକଳ୍ପବଦ୍ଧ | ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଦେସିଆ ନାଟଗୁରୁ ସଂଘର ସଭାପତି ପେଣ୍ଡରା ପ୍ରସାଦ ନାୟକ, ଝରିଗାଁ ବ୍ଲକ୍ ସଭାପତି ନକୂଳ ସାନ୍ତା ,ଉପସଭାପତି ଭୁଜବଳ ବାଘ, ସଂପାଦକ ଲକ୍ଷ୍ମୀ ନାରାୟଣ ଗାଣ୍ଡା, ଉମରକୋଟ ବ୍ଳକ୍ ସଭାପତି ସିମାଞ୍ଚଳ ନାହାକ, ସାଂସଦ ପ୍ରତିନିଧି ଏବଂ ବିଧାୟକ ପ୍ରତିନିଧି ସହ ଅନ୍ୟ କଳାକାର ଓ ସ୍ଥାନୀୟ ବୁଦ୍ଧି ଯିବି ଉପସ୍ଥିତ ଥିଲେ |