ଉମରକୋଟ ଠାରେ କ୍ରିକେଟ ଟର୍ଣ୍ଣ।ମେଣ୍ଟ ଉଧଘ।ଟିତ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ପୌର ପରିଷଦ ଅନ୍ତର୍ଗତ ନୂଆଗୁଡା ୟୁ.ଭି. ୭ ଠାରେ ଆର.ସି.ସି କ୍ଲବ ଆନୁକୁଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଆଜି ଏହି ଟୁର୍ନାମେଣ୍ଟର ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ ,ସାଂସଦଙ୍କ ପ୍ରତିନିଧି ରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଗ୍ରାମର ସଭାପତି ସପନ ପଦ।ର ଓ ସମ୍ପାଦକ ଶ୍ରୀ ସୁଷେନ ମିତ୍ର ,ପୂର୍ବତନ କାଉନ୍ସିଲର ସନ୍ତୋଷ ସରକାର ପ୍ରମୁଖ ଉପସ୍ଥିତ ଥିଲେ।ଟୁର୍ଣ୍ଣାମେଣ୍ଟଟି ସୁଦେବ ନନ୍ଦୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ୪.୦୧.୨୦୨୬ ରେ ଉଦଯାପିତ ହେବ l ଉଦଘାଟନର ପ୍ରଥମ ଦିନରେ ୟୁ.ଭି. ୧ ଓ ୟୁ..ଭି. ୨ ମଧ୍ୟରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା l ଅନ୍ୟତମ ଅତିଥି ଭାବେ ବରିଷ୍ଟ ବିଜେପି କର୍ମୀ ପ୍ରଭାତ ନାୟକ, ରମେଶ ଦାସ, ସନତ ଠାକୁର,ଅଶୋକ ସାହୁ,କୁରୁମା ରାଓ ଉପସ୍ଥିତ ଥିଲେ। ଏହି ଖେଳରେ ବିଜୟୀ ଟିମ୍ କୁ ୨୦୦୦୦/-ରାଶି ଓ ଉପ ବିଜେତା ଟିମ୍ କୁ ୧୫୦୦୦/- ମୁଦ୍ରା ରାଶି ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଟିମ ର ଆୟୋଜନ ସୁଦେବ ନନ୍ଦୀ ପ୍ରକାଶ କରିଛନ୍ତି l ଏହି ଟୁର୍ନାମେଣ୍ଟ ଟିକୁ ଗ୍ରାମର ଯୁବକ ସଂଘର ସଭ୍ଯ ତଥା ଟୁର୍ଣ୍ଣାମେଣ୍ଟ ର ସଭାପତି ସରୋଜ ନନ୍ଦୀ, ସମ୍ପାଦକ ଶ୍ରୀ ଲାଲୁ ତରପ ଦାର ,ସଭ୍ୟ ଶ୍ରୀ ସୌରଭ ଅଧିକାରୀ, ରୋହିତ ସରକାର, ଗ୍ରାମର ଅନ୍ୟମାନେ ସହଯୋଗରେ ପରିଚାଳନା ହେଉଛି।
