March 8, 2026

ଉମରକୋଟ ସହର ରେ ଭାଲୁ ଆତଙ୍କ, ଲୋକେ ଆତଙ୍କିତ………

IMG-20251228-WA0004
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଦୀର୍ଘ ୨ ବର୍ଷ ପରେ ପୁଣି ଉମରକୋଟ ସହର ରେ ଭାଲୁ ଆତଙ୍କ ଆରମ୍ଭ କରି ଦେଇଛି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହର ର ୧ ନମ୍ୱର୍ ୱାର୍ଡ ରେ ଆସୁ ଥିବା ଉମରକୋଟ – ରାଇଘର ର ମୁଖ୍ୟ ରାସ୍ତା ରେ ପଡୁ ଥିବା ଦର୍ଗାଗୁଡା ଠାରେ ଦୀର୍ଘ ୧୫ ଦିନ ହେଲାଣି ପ୍ରାୟ ୫ ଟି ଭାଲୁ ଗାଁ ଭିତରେ ପଶି ପନିପରିବା , ବିଭିନ୍ନ ଫସଲ ଖାଇବା ଆରମ୍ଭ କରି ଦେଇଛନ୍ତି। ତେବେ ଗତ କାଲି ରାତି ବିଜେପି ଯୁବ ନେତା ସୁରେଶ କୁମାର ଆଚାର୍ଯ୍ୟ ଙ୍କ ଦର୍ଗ।ଗୁଡ଼ ବାସ ଭବନ ରେ

ପ୍ରାଚେରି ଓ ଗେଟ୍ ଥାଇ ସୁଦ୍ଧା ୩ ଟି ଭାଲୁ କାନ୍ଥ ଡେଇଁ ଭିତରେ ପଶି ଆଖୁ ଓ କିଛି ପନିପରିବା ଖାଇ ଦେଇ ଚାଲି ଯାଇଛନ୍ତି। ଏହି ସମସ୍ତ ଦୂର୍ଶ୍ୟ ସୁରେଶ ଙ୍କ ଘରେ ଲାଗିଥିବା

ସି ସି କେମେର। ରେ ଉତୋଳନ ହେଇଛି। ତେବେ ଦୀର୍ଘ ୧୫ ଦିନ ହେଲ ଏହି ଗ୍ର।ମ ରେ ପ୍ରାୟ ୫ ଟି ଭାଲୁ ରାତି ୧୧ ଟା ରେ ପସି ଘର ସମ୍ମୁଖ ରେ ଯାହା ପଡ଼ିଲା ତାକୁ ନଷ୍ଟ କରି ରାତି ପ୍ରାୟ ୩ ଟା ବେଳେ ନିକଟସ୍ତ ଜଙ୍ଗଲ କୁ ଚାଲି ଯାଉଥିବା ଦର୍ଗ।ଗୁଡ଼। ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଜଙ୍ଗଲ ବିଭାଗ ଏଥି ପ୍ରତି ଜାଣି କି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଫଳ ରେ ସଞ୍ଜ ହେବ। ମାତ୍ରେ ଲୋକେ ତାଟି କବାଟ ପକାଇ ଘର ଭିତରେ ଆତଙ୍କିତ ଅବସ୍ଥାରେ ସମୟ କାଟୁ ଥିବା କହିଛନ୍ତି।ତେବେ ଜଙ୍ଗଲ ପଦା ହେଇ ଯିବା ଆଉ ଖାଦ୍ୟ ମିଳୁ ନ ଥିବା କାରଣ ରୁ ସହର ମୁଁହ। ହେଉ ଥିବା ପରିବେଶବିତ୍ କହିଛନ୍ତି। ତେବେ ଜଙ୍ଗଲ ବିଭାଗ ଏହି ଭାଲୁ ଗୁଡ଼ିକ କୁ ଦୂର ଅଞ୍ଚଳ କୁ ଘଉଡ଼ାଇବା ପାଇଁ ଦର୍ଗ। ଗୁଡ଼। ଗ୍ରାମବାସୀ ଦାବି କରିଛନ୍ତି।