ଡିଏଭି ପୁରୀରେ ବାର୍ଷିକ କ୍ରୀଡା ଉତ୍ସବ ପାଳନ..

ଆଜି ସକାଳ ୮ ଘଟିକା ସମୟରେ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିଅମ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସଙ୍ଗୀତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବଟି ଖୁବ ଆଡ଼ମ୍ବରପୂର୍ଣ୍ଣ ଓ ଆକର୍ଷଣୀୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ସଙ୍ଘର କୋଷାଧକ୍ଷ ଶ୍ରୀଯୁକ୍ତ ରବିଶଙ୍କର ପ୍ରତିହାରୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡା ଉତ୍ସବର ଉଦଘାଟନ କରିଥିଲେ।ସେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ମହତ୍ତ୍ୱ ବିଷୟରେ ଦିଗଦର୍ଶନ ଦେବା ସହ କ୍ରୀଡା ଦିଗରେ ଅଗ୍ରସର ହେବା ପାଇଁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କ୍ରୀଡା ଶିକ୍ଷକ ଶ୍ରୀ ସଦାଶିବ ସାହୁ ଓ ଶିକ୍ଷୟିତ୍ରୀ ମନୋରମା ଷଢଙ୍ଗୀ ଏହାକୁ ପରିଚାଳନା କରିଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇଥିଲା ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l