ଆଜିର ଖବର..
ରାଜ୍ୟରେ ଆଗକୁ ଆହୁରି ବଢିବ ଶୀତ।
ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଲେ। ନିଜ ପୁରୁଣା ପ୍ରକୋଷ୍ଠରେ ୧୫ ମିନିଟ ବିତାଇଲେ।
ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ ହେଲା। ୧୫୦୦ ଶିକ୍ଷକ ନିଯୁକ୍ତ ହେବେ।
ଶିକ୍ଷକ ବଦଳି ନିଷ୍ପତ୍ତି ରାଜନେତା ନେଇପାରିବେ ନାହିଁ। ଏଇ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା ଦେଲେ ହାଇକୋର୍ଟ, ରାଜ୍ୟ ସରକାରଙ୍କ ଚିଠି ଖାରଜ
ରାଜ୍ୟବ୍ୟାପୀ ଡାକ୍ତରଙ୍କ କଳାବ୍ୟାଜ୍ ପିନ୍ଧି ସାଙ୍କେତିକ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ।
ରାଜ୍ୟରେ ଅଭ୍ୟାସଗତ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା। ୨୪୧ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ ହେଲା।
ଡିସେମ୍ବର ୧ ତାରିଖରୁ ହେବାକୁ ଥିବା ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କଲା ବସ୍ ମାଲିକ ସଂଘ।
ମୋଟର ଭେହିକଲ ଆଇନ ହିସାବରେ, ରାଜ୍ୟ ପୋଲିସକୁ ମିଳିବାକୁ ଥିବା କ୍ଷମତାକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର।
ପ୍ରାଥମିକ ଶିକ୍ଷକଙ୍କ ସଂଘ ଆସନ୍ତା ୫ ତାରିଖରୁ ୪୨୦୦ ଗ୍ରେଡ ପେ ଦାବିରେ ଆନ୍ଦୋଳନ ଡ଼ାକରା ଦେଲେ
ବିଧାନସଭାରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ମାଝୀ, ନବୀନ ଓ ଅନ୍ୟମାନଙ୍କ ଫଟୋ ସେସନ, ପୁରୁଣା ସ୍ମୃତି ରୋମନ୍ଥନ। ନବୀନଙ୍କୁ ସମ୍ମାନ ଦେଲେ ରାଷ୍ଟ୍ରପତି ମୁର୍ମୁ
ଆସନ୍ତା ୯ ତାରିଖରେ ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ୍ ହେବ। ୪୨ହଜାର ୬୯୫ ଟିକେଟ୍ ଓ ପାସ୍ ଛପାଯିବ
କଟକ ପ୍ରଶାସନରେ କାର୍ଯ୍ୟରତ ୩୬ ଜଣ କର୍ମଚାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
ଅନୁଗୁଳରେ ବାୟୁ ପ୍ରଦୂଷଣ ଗମ୍ଭୀର, ବାୟୁମାନ ସୂଚକାଙ୍କ ୩ ଶହ ଉପରେ। ଦିଲ୍ଲୀକୁ ଟପିଲା ଏକ୍ୟୁଆଇ। ଲୋକଙ୍କ ସ୍ୱାସ୍ଥ୍ୟ ବିପଦରେ
କେନ୍ଦ୍ରାପଡା ରାଜନଗରରେ ସମୁଦ୍ର ଭିତରେ ଘରୋଇ କମ୍ପାନୀକୁ ଜମିବିକ୍ରି ଉପରେ ତନାଘନା ଆରମ୍ଭ
ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଜାଲିଆତି ଘଟଣାରେ ୪ ଦଲାଲଙ୍କୁ ସିବିଆଇର ଜେରା।
ସମ୍ବଲପୁରରେ ଶେୟାର ମାର୍କେଟ ଟ୍ରେଡିଂ ନାମରେ କୋଟି କୋଟି ଟଙ୍କାର ଠକେଇ, ଜଣେ ଗିରଫ ହେଲା
ଖୋର୍ଦ୍ଧା ବେଗୁନିଆରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ସହ ୩ ମୋବାଇଲ ଓ ୨ ବାଇକ ଜବତ, ୩ କୋର୍ଟ ଚାଲାଣ
ଗଞ୍ଜାମ ଆସିକା ଅତିରିକ୍ତ ତହସିଲଦାର ଅନ୍ୟ ଜାତିର ଝିଅକୁ ବାହା ହେବାରୁ, ତାଙ୍କ ପରିବାରକୁ କୁଳସମାଜ ବାସନ୍ଦ କରିଛନ୍ତି
ଗଞ୍ଜାମ ପୋଲସରା ଲିଙ୍ଗରାଜ ପାତ୍ର ହତ୍ୟାକାଣ୍ଡ ଘଟଣାର ବାଇଶି ବର୍ଷ ପରେ ଅଭିଯୁକ୍ତ ଗିରଫ ହେଲା।
ଅନୁଗୁଳ ଜିଲ୍ଲା ବଅଁରପାଳରେ ଛୁରୀ ଭୁସି କକା ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ
କଟକ ଜିଲ୍ଲା କିଶନନଗର ମହନଦୀରୁ ନିଖୋଜ ହୋଇଥିବା ଯୁବକର ମୃତଦେହ ୪ ଦିନପରେ ଉଦ୍ଧାର।
ପୁରୀ ଜିଲ୍ଲା କୋଣାର୍କ ଅର୍ବାନ ହାଟ ହସ୍ତଶିଳ୍ପ ବଜାର ଭିତରେ କୋଲକତାର କପଡା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ସୂଚନା
ରାଉରକେଲା ପାନପୋଷ ରୋଡରେ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମାଡ଼ି ବ୍ୟାପକ କ୍ଷୟକ୍ଷତି କଲା
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ନିକଟରେ ଜଗୁଆଳୀ ବିହୀନ ରେଳ ଫାଟକ। ଲୋକଙ୍କ ପାଇଁ ବିପଦପୂର୍ଣ୍ଣ
କନ୍ଧମାଳ ପର୍ଯ୍ୟଟନକୁ ଅଡୁଆ ଗଞ୍ଜେଇ ମାଫିଆ। ବାଉନ୍ସରଙ୍କ କବଜାରେ ଜଳପ୍ରପାତ ଅଛି ବୋଲି ଅଭିଯୋଗ
ଓଡ଼ିଶାରେ ୧୦,୦୦୦ କୋଟି ନିବେଶରେ ଇଂଗଟ – ୱେଫର୍ସ ପ୍ଲାଣ୍ଟ ସ୍ଥାପନ ଲାଗି ଟାଟା ପାଓ୍ବାରର ଯୋଜନା
ଆସୁଛି ବାତ୍ୟା ‘ଡିଟୱା’, ଓଡ଼ିଶାରେ ପ୍ରଭାବ ନାହିଁ। ତାମିଲନାଡ଼ୁ ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ସ୍ୱର୍ଣ୍ଣ ପଦକ ମିଳିଲା
ଜନ୍ମ ତାରିଖର ପ୍ରାମାଣିକ କାଗଜପତ୍ର ରୂପେ ଆଧାର କାର୍ଡ ଗ୍ରହଣୀୟ ହେବନାହିଁ।
ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧ ଅନାବରଣ ହେଲା।
*ଗତବର୍ଷ ଏଇ ସମୟରେ*
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭିତରେ ଓଡ଼ିଆ ଯୁବକ ସିଗାରେଟ ଟାଣିବା ଫଟୋ ଭାଇରାଲ
ଭୁବନେଶ୍ୱରରେ ଲଜ୍ଜ୍ୟା, ଚାଳିଶି ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରିକରି ଦୁଇ ଦଲାଲ ଗିରଫ
ଭୁବନେଶ୍ୱରରେ ଜାତୀୟ ପୋଲିସ ଡିଜିପି ସମ୍ମିଳନୀ ଅନୁଷ୍ଠିତ
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ଼ କରନ୍ତୁ
=====================
ଆଜି ଏନସିସି ସ୍ଥାପନ ଦିବସ
ଆଜି ରେଡ଼ ପ୍ଲାନେଟ (ମଙ୍ଗଳ ଗ୍ରହ) ଦିବସ
ପାନାମା ସ୍ୱାଧୀନତା ଦିବସ
ଆଲବାନିଆ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ସଦାନନ୍ଦ ବିଶ୍ୱନାଥ, ରଜତ ମିଶ୍ର (ତବଲା), ଆଲୋକ ମଙ୍ଗରାଜ (କ୍ରିକେଟ)
ଇତିହାସରେ ଆଜି: (୧୮୧୪) ଟାଇମସ ଅଫ ଲଣ୍ଡନ ପ୍ରିଣ୍ଟ ହେଲା ଅଟୋମାଟିକ ମେସିନରେ/ (୧୯୯୬) କ୍ୟାପଟେନ ଇନ୍ଦ୍ରାଣୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଏୟାର ବସ ଉଡାଇଲେ/ (୧୯୯୭) ପ୍ରଧାନମନ୍ତ୍ରୀ ଆଇକେ ଗୁଜୁରାଲ ପଦରୁ ଇସ୍ତଫା ଦେଲେ/ (୧୯୯୦) ଜନ ମେଜର ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ/ (୧୯୯୯) ଏସିଆ କପ ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଲା
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
