ବାବା ରାମେଶ୍ୱର ଙ୍କ ବିଶ୍ଵଶାନ୍ତି ଯଜ୍ଞ୍ର ର ପୂର୍ଣ୍ଣାହୁତି, ଭଜନ ଓ ସମ୍ବର୍ଦ୍ଧନା

IMG-20251128-WA0001
Share

 

27/11/2025 ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ଅଧିନ ତୁରୁଖା ଠାରେ ଗତ ଚବିଶ ତାରିଖ ଠାରୁ ଆରମ୍ଭ ହୋଇଥିବା ରାମେଶ୍ୱର ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଯଜ୍ଞରେ ଆହୁତି ପ୍ରଦାନ ଓ ପରେପରେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଚରଣ ମହାନ୍ତି ଓ ସାଥୀ ମାନଙ୍କଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ, ଚତୁର୍ଥ ଦିନ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା l ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ବିକ୍ରମ କେଶରୀ ଦାଶ ଓ ପୁସ୍ତକାଚାର୍ଯ୍ୟ ପଣ୍ଡିତ ଆଲୋକ କୁମାର ନନ୍ଦ ଙ୍କ ସମେତ ପ୍ରଶାନ୍ତ କୁମାର ପ୍ରହରାଜ, ତପନ କୁମାର ଦାଶ, ଉଦ୍ଦିତନାରାୟଣ ଦାଶ, ରତ୍ନାକର ନନ୍ଦ, ବରଦାପ୍ରସନ ଦାଶ, ସୁଭାଶିଷ ଦାଶ ସହକାରୀ ଆଚାର୍ଯ୍ୟ ଭାବରେ ଯଜ୍ଞ୍ୟୋତ୍ସବ ପରିଚାଳନା କରିଥିଲେ l ଗିରିଧାରୀ ଦାସ ଓ ତୃପ୍ତି ଦାସ କର୍ତ୍ତା କର୍ତ୍ତୀ ଭାବେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ସମିତିସଭ୍ୟ ରମେଶ ଚନ୍ଦ୍ର ବାରିକ ପ୍ରମୁଖ ଙ୍କୁ କମିଟି କର୍ମକର୍ତ୍ତା ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ପରିଶେଷରେ କଟକ ର ସାଇ ଭଜନ ସନ୍ଧ୍ୟା ର କୁଶଳୀ କଳାକାର ମାନଙ୍କ ଦ୍ୱାରା ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା l ପରେ ପରେ ମହାମନ୍ତ୍ର ନାମଯଜ୍ଞ ର ଶୁଭାରମ୍ଭ ହୋଇଥିଲା l ଆସନ୍ତା 29 ତାରିଖରେ ଏହି ମନ୍ଦିର ପ୍ରତିଷ୍ଠାମହୋତ୍ସବ ଉଦଯାପିତ ହେବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର