ପ୍ରଭାକର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ
ତିର୍ତ୍ତୋଲତା 27/11/2025 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ପାତାଳିକ୍ଷେତ୍ର ଗୁପ୍ତମାଣିକା ପୀଠ ର ମୁଖ୍ୟତତ୍ତ୍ୱl ବଧାରକ, ଆଧ୍ୟାତ୍ମିକବାଦୀ, ପରୋପକାରୀ, ମିଷ୍ଟଭାଷୀ ସ୍ୱର୍ଗତ ପ୍ରଭାକର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ, ଏକ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା, ତାଙ୍କର ଜନ୍ମସ୍ଥାନ ମୂଳିସିଂହ ସ୍ଥିତ ଜ୍ୟୋସ୍ନା ନିବାସ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଗତ ଗୁରୁବାର ସନ୍ଧ୍ୟାରେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନିମାଇଁ ଚରଣ ମହାନ୍ତି ଓ ଜ୍ୟୋସ୍ନାମୟୀ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିବା ପରେ, ପ୍ରଦୀପପ୍ରଜ୍ବଳନ ପରେ ଦିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l ଏଥିରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ମୂଳିସିଂହ ସରପଞ୍ଚ ସଫି ଆଜାମ, ସମିତିସଭ୍ୟ ରଞ୍ଜନ କୁମାର ସାହୁ, ଧର୍ମାନନ୍ଦ ମହାନ୍ତି, ଦିଲ୍ଲୀପ ଲେଙ୍କା, ଜଗନ୍ନାଥ ସ୍ୱାଇଁ, ରଶ୍ମିରଞ୍ଜନ ଦାସ, ସୁବାଷ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ଦାସ, ନିତ୍ୟାନନ୍ଦ ମହାନ୍ତି, ଦାଶରଥି ମହାନ୍ତି, ଅବିନାଶ ସ୍ୱାଇଁ ଓ ଗଣେଶ୍ୱର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଧର୍ମପ୍ରାଣ ପ୍ରଭାକର ଙ୍କ ସେବା, ତ୍ୟାଗ ଓ ସରଳ ଜୀବନଚର୍ଯ୍ୟା ଉପରେ ଆଲୋଚନା କରି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଭଞ୍ଜନ, ଜ୍ଞ୍ୟାନରଞ୍ଜନ, ରୀନା, ଶୁଭଶ୍ରୀ, ବିନି, ଗୁନି, ମିନୀ,ଅନ୍ନପୂର୍ଣ୍ଣା, ଅଂଶୁ, ଋଷୁ, ଵିଶାଲ, ଗୁଡ଼ି, ଡଲି, ଲୁଲୁ ଓ ସିନୁ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
