March 13, 2026

ଯୁବତୀ କୁ ଖଣ୍ଡ ଖଣ୍ଡ 31 ଖଣ୍ଡ ଘଟଣା

IMG-20231128-WA0024
Share

ଯୁବତୀ କୁ ଖଣ୍ଡ ଖଣ୍ଡ 31 ଖଣ୍ଡ ଘଟଣା

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଜଙ୍ଗଲ ରୁ ଯୁବତୀ ଙ୍କ 31 ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣା
ହତ୍ୟା ଅଭିଯୋଗରେ ଦମ୍ପତି କୁ ଗିରଫ କରି କୋର୍ଟ ଚାଲାଣ କଲା ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ
V1-ନବରଙ୍ଗପୁର ଜିଲ୍ଲା ରେ ଚାଞ୍ଚଲ୍ୟ । ମାଟି ତଳୁ ଯୁବତୀ ଙ୍କ 31ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତଗର୍ତ ଗୋନା ପଞ୍ଚାୟତ ମୁରୁମଡିହି ଜଙ୍ଗଲ ରୁ ଜଣେ ଯୁବତୀ ଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଥିବା ପରେ ଗ୍ରାମରେ ପ୍ରଥମେ ଉତ୍ତେଜନା ଦେଖା ଦେଇଥିଲା |
ସୂଚନା ପ୍ରକାରେ, ଗତକାଲି ସକାଳୁ ମୁରୁମଡିହି ଗାଁର ଜଣେ ଯୁବକ ଜଙ୍ଗଲକୁ ଯାଇଥିବା ବେଳେ ତେନ୍ତୁଳି ଗଛ ମୂଳେ ରକ୍ତଛିଡ଼ା ପଡ଼ିଥିବା ଦେଖି ଗାଁର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ମୃତହେଦର କିଛି ଅଂଶ ଏକ ଗାତରେ ପଡ଼ିଥିବା ଜାଣିପାରିଥିଲେ। ଏନେଇ ଚାରିଆଡେ ଖବର ପ୍ରଚାର ହୋଇଥିଲା। ଶେଷରେ ଏହି ଖବର ମୃତ ଯୁବତୀ ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କ ନିକଟରେ ପହଞ୍ଚି ଥିଲା। ପ୍ରକାଶ ଥାଉ କି, ମୃତ ଯୁବତୀ ଜଣକ ୩ ଦିନ ହେବ ନିଖୋଜ ରହିଥିଲେ ।
ମୃତ ଯୁବତୀ ଙ୍କୁ ଦମ୍ପତି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଙ୍କୁ ହତ୍ୟା କରି ମୃତ ଦେହ କୁ ୩୧ ଖଣ୍ଡ କରି ଜଙ୍ଗଲ ର ଏକ ମୂଷା ଗାତ ରେ ଫିଙ୍ଗି ଦେଇଥିଲେ। ଏଭଳି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତ ଯୁବତୀ ଙ୍କ ଖଣ୍ଡ ବିଖଣ୍ଡିତ ଶରୀର କୁ ହତ୍ୟା କରିଥିବା ଦମ୍ପତି ଙ୍କ ଘର ସମ୍ମୁଖ ରେ ପୋତିବା ପାଇଁ ପରିବାର ଲୋକେ ଗାତ ଖୋଲୁଥିବା ଦେଖିବାକୁ ମିଳିଥିଲା ମାତ୍ର ପୋଲିସ ଉତ୍ୟକ୍ତ ଗ୍ରାମବାସୀ କୁ ଗତକାଲି ରାତି ସମୟ ପର୍ଯନ୍ତ ବୁଝାସୁଝା କରିବା ପରେ ଉକ୍ତ ହତ୍ୟାକାରୀ ଦମ୍ପତି ଙ୍କ ଘର ପାଖରେ ହିଁ ପୋଡି ଦିଆଯାଇ ଥିଲା| ଏହି ଘଟଣା କୁ ନେଇ ହତ୍ୟାକାରୀ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି.