ବାତ୍ୟାକୁ ପୁରିଲା ୨୪ ବର୍ଷ,ମନରୁ ଲିଭିନି ସେ ଦିନର ସ୍ମୃତି ।
(ଦୁଃଶାସନ ନାୟକ ଙ୍କ ଠାରୁ)
ଅସ୍ତରଙ୍ଗ,,୧୯୯୯ ଅକ୍ଟୋବର ୨୯ ରେ ହୋଇଥିବା ମହାବାତ୍ୟା କୁ ଇତି ମଧ୍ୟରେ ରେ୨୪ ବର୍ଷ ପୁରୀ ଗଲାଣି। ଏହି ମହାବାତ୍ୟାକୁ ଅଙ୍ଗେ ଲିଭେଇ ଥିବା ଉଁ ଉପକୂଳ ବାସୀଙ୍କ ମନରେ ଶ୍ୱତନ୍ତ୍ର , ଆବେଗ ଓ ଉଦବେଗ ସୃଷ୍ଠି ହୁଏ । ସେହି ୪୮ ଘଣ୍ଟାର ଲୋମ ହର୍ଷଣ କାରି ସ୍ମୃତି ଆପଣା ଛାଏଁ ମାନସ ପଟରେ ଉଙ୍କିମାରେ । ଏହି ମହା ବାତ୍ୟାରେ ସବୁଜିମାରେ ଭରପୁର ଥିବା ଉପକୂଳ ବର୍ତୀ ଅଞ୍ଚଳ ରୁ ୯ କୋଟି ଗଛକୁ ନିର୍ମୂଳ କରିଦେଲା ତାହା ନୁହେଁ, ପରନ୍ତୁ ସରକାରୀ ହିସାବରେ,୯,୮୮୫ ଲୋକଙ୍କୁ ମୃତୁ ମୁଖକୁ ଟାଣି ନେଇଥିଲା । ଖାଲି ସେତିକି ନୁହେଁ,ଏହି ମହାବାତ୍ୟାରେ ୨,୫୦୭ ଜଣ ଲୋକ ଆହତ ହେବା ସହ, ନିଖୋଜ ଥିଲେ୪୮ ଜଣ । କେବଳ ମଣିଷ ନୁହନ୍ତି ଗାଈ,ଗୋରୁ ଛେଳି ,ମେଣ୍ଢା,ଘୁଷୁରୀ,କୁକୁଡ଼ା ଆଦି କେତେ ଯେ ମୃତୁ ମୁଖରେ ପଡ଼ିଥିଲେ ତାହା ଥିଲା ଅବର୍ଣ୍ଣ ନୀୟ । ବାତ୍ୟାରେ ମୋଟ ୧୬୫୦୦୮୬ ଟି ବାସ ଗୃହ ଧ୍ଵସଂ ସ୍ଥୁପରେ ପରିଣତ ହୋଇ ଥିଲା । ଏହା ବ୍ୟତୀତ ଆଉ ସବୁ ଯାହା ଘଟିଥିଲା ତାହାର ମୂଲ୍ୟ ଥିଲା କୋଟି କୋଟି ଟଙ୍କା । ଏକ ସୁଜଳା ସୁଫଳା ବିସ୍ଥିର୍ଣ୍ଣ ଅଞ୍ଚଳ ମାତ୍ର କେଇ ଘଣ୍ଟାରେ ହୋଇ ଥିଲା ଶସ୍ମାନ ରେ ରୂପା ନ୍ତରିତ । ୨୪ ବର୍ଷ ଭିତରେ ବର୍ଷା ବନ୍ୟା ,ବାତ୍ୟାରେ ସନ୍ତୁଳିତ ହେଉଥିବା ଉପକୂଳ ବାସି , ଦୁର୍ଦ୍ଦିନରେ କଳାତି ପାତ କରୁଥିବା ବେଳେ,୨୦୧୩ ରେ ଫାଇଲିନି,୨୦୧୪ ରେ ହୁଡୁ
ହୁଡୁ,୨୦୧୬ ରେ ତିତିଲି, ୨୦୧୯ ରେ ଫନି,୨୦୨୦ ରେ ଆମ୍ଫାନ,୨୦୨୧ ରେ ୟାଶ,ଶେଷରେ ଚଳିତ ବର୍ଷ ଅକ୍ଟୋବର ରେ ବାତ୍ୟା “ଦାନା” ର କରାଳ ରୂପ ଉପକୂଳ ବାସି ଙ୍କ ମେରୁ ଦଣ୍ଡକୁ ଦୋହଲାଇ ଦେଇଛି। ଏହି ସମୟ ଭିତରେ ଯେଉଁ କେତୋଟି ବାତ୍ୟା ଉଗ୍ର ରୂପ ନେଇ ଥିଲା , ତା ମଧ୍ୟରେ ଥିଲା ୨୦୧୩ ଅକ୍ଟୋବର ୧୨ ରେ ଫାଇଲିନି,୨୦୧୪ ରେ ହୁଡୁ,ହୁଡୁ ଓ ଏହାର ପାଞ୍ଚ ବର୍ଷ ପରେ ବାତ୍ୟା ଫନୀ । ୨୦୧୯ମେ ୩ ରେ ଓଡ଼ିଶା ଉପକୂଳ ବଙ୍ଗୋପ ସାଗର ସ୍ପର୍ଶ କରିଥିଲା ବାତ୍ୟା ଫନି । ସେତେବେଳେ ଏହାର ବେଗ ଥିଲା ୧୧୫ର ରୁ,୧୮୫-୨୦୦ ଭିତରେ । ଏହାର ପ୍ରଭାବ ରେ ୧୦ ଲକ୍ଷ୍ୟ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ,୨ ହଜାର ରୁ ଉର୍ଦ୍ଧ ଲୋକ ଆହତ ହୋଇ ଥିଲେ,୪୦ ଜଣ ଥିଲେ ନିଖୋଜ । ସମ୍ଭାବ୍ୟ ବାତ୍ୟା ବନ୍ୟା ତଥା ସମୁଦ୍ର ଜୁଆର ଆଦି ଦାଉରୁ ରକ୍ଷା ପାଇବା ପାଇଁ ବ୍ୟାପକ ଲୁଣା ଜଙ୍ଗଲ ତଥା ହେନ୍ତାଳ ବଣ ର ସୃଷ୍ଠି ଓ ଏହାର ରକ୍ଷଣ ବେକ୍ଷଣ ସହ ଜନ ସଚେ ତନତା ଜରୁରୀ ହେଲେ,ବାତ୍ୟା ପ୍ରତିରୋଧ କୁ ରୋକା ଜାଇ ପାରିବ ବୋଲି ଏକ ସାକ୍ଷାତ କାରରେ କୁହନ୍ତି ବିଶିଷ୍ଟ ପରିବେଶ ବିତ ଶ୍ରୀ ଶୋଭକର ବେହେରା ।
ଅସ୍ତରଙ୍ଗ ଅଞ୍ଚଳ ଥିଲା ୧୯୯୯ ମହାବାତ୍ୟା ର ବିଶେଷ କ୍ଷୟ କ୍ଷତି ଅଞ୍ଚଳ । ଅସ୍ତରଙ୍ଗ ର କରୁଣ କାହାଣୀ ପ୍ରଚାରିତ ହେବା ପରେ ଏହି ଅଞ୍ଚଳ କୁ ଧାଇଁ ଆସିଥିଲେ ଦେଶ ତଥା ରାଜ୍ୟର ବରିଷ୍ଠ ନେତ୍ରୁ ବୃନ୍ଦ । ସେମାନଙ୍କ ଭିତରେ ଥିଲେ,ସୋନିଆ ଗାନ୍ଧୀ,ଗୁଲାବ ନବି ଆଜାଦ, ଶିଲା ଦିକ୍ଷୀତି , ପି ଏ ଶାଙ୍ଗାମା,ଗିରିଧାରୀ ଗୋମାଙ୍ଗ,ଜାନକୀ ବଲ୍ଲଭ ପଟ୍ଟନାୟକ,ବସନ୍ତ କୁମାର ବିଶ୍ଵାଳ ପ୍ରମୁଖ । ସେତେବେଳର କାକଟପୁର ବିଧାୟକ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ଙ୍କ ଭୂମିକା ଅତାନ୍ତ୍ୟ ଥିଲା ଗୁରୁତ୍ଵ ପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟ ରେ ୧୫ କୋଟିରୁ ଉର୍ଦ୍ଧ ଟଙ୍କାରେ ଆରମ୍ଭ ହୁଏ ଥଇଥାନ ପ୍ରକ୍ଲପ । ସରକାର ଙ୍କ ଦ୍ଵାରା ପ୍ରଚଳିତ ଯୋଜନାକୁ ତଦାରଖ କରିବା ପାଇଁ ଆସନ୍ତି ମନ୍ତ୍ରୀ ଜର୍ଜ ଫର୍ଣାଡେଜି, ଓ ଜାତି ସଂଘର ଉପ ମୁଖ୍ୟ ସଚିବ ପ୍ରମୁଖ । ୧୯୯୯ ମହାବାତ୍ୟା ଭଳି ଅନ୍ୟ ବାତ୍ୟା ସବୁ ବିଶେଷ କ୍ଷତି କରି ନ ଥିଲେ ମଧ୍ୟ ବାର ମ୍ୱାର ପ୍ରାକୃତିକ ବିପର୍ଯ୍ୟୟ ସାମନା କରୁଥିବା ଉପକୂଳ ବାସି ଙ୍କ ମେରୁଦଣ୍ଡ ଦୋହଲି ଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।