November 15, 2024

କାର୍ତ୍ତିକ ଦ୍ବିତୀୟ ସୋମବାର , ବର୍ଷା ସତ୍ତ୍ବେ ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଭିଡ଼ 

Share

 

ବୁଗୁଡ଼ା : ତା ୨୮/୧୦/୨୪ : ପୁଣ୍ଯ ଓ ଧର୍ମ ମାସ କାର୍ତ୍ତିକର

ଦ୍ବିତୀୟ ସୋମବାର ଦିନ ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ପ୍ରାତଃକାଳରରୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତମାନେ ପାହାଚ ଚଢି କିମ୍ବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ ଉପରିସ୍ଥ ପଞ୍ଚ ଶମ୍ଭୁଙ୍କ ଦର୍ଶନ ଲାଭ କରିଥିଲେ । ଅନ୍ୟପକ୍ଷରେ ବୁଦ୍ଧଖୋଲ ପାଦଦେଶର ବିଭିନ୍ନ ସ୍ଥାନରେ ଲୋକେ ରୋଷେଇ କରି ଭୋଜିଭାତ ଆସର ଜମେଇ ମେଘୁଆ ପାଗର ମଜା ନେଉଥିବା ବେଳେ ହଠାତ୍ ମଧ୍ଯାହ୍ନରେ ଅସରାଏ ବର୍ଷା ହେବାରୁ ସମସ୍ତଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡିଥିଲା । ବର୍ଷା ପୂରାପୂରି ଥମିଯିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲେ ବି ବୁଦ୍ଧଖୋଲ ଅଭିମୁଖେ ଶ୍ରଦ୍ଧାଳୁଙ୍କ ଯାତ୍ରାରେ ହ୍ରାସ ଘଟିଥିଲା । ତେବେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଭକ୍ତଙ୍କ ଠାକୁର ଦର୍ଶନ ସାଙ୍ଗକୁ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ନିୟୋଜିତ ରହିଥିଲେ।