November 15, 2024

ଦାନା ବାତ୍ୟା ଯାଇଛି ଅପହଞ୍ଚ ଇଲାକା ଆଦିବାସୀ ଙ୍କ ମଥାରେ ଅଜାଡ଼ି ଦେଇଛି ଦୁଃଖ* ! 

Share

 

*ନୀଳଗିରି ଉପଖଣ୍ଡ ର ହାତିଖୁଲିଆ ଏକ ଅପହଞ୍ଚ ଇଲାକା*!

*ଯେଉଁଠି ବର୍ଷକୁ ଥରେବି ଯାଆନ୍ତି ନାହିଁ ସରକାରୀ ଅଧିକାରୀ କିମ୍ବା ରାଜନୈତିକ ନେତା*!

 

ନୀଳଗିରି,( ଦେବାଶିଷ ଦାଶ୍ )

ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ର ଶ୍ୟାସୁନ୍ଦରପୁର ପଞ୍ଚାୟତ ର ହାତିଖୁଲିଆ ରାଜସ୍ବ ଗ୍ରାମ ଟି,

ଉକ୍ତ ପଞ୍ଚାୟତ ର

ଏକ ଅନ୍ଧାରୀ , ପାହାଡ଼, ଜଙ୍ଗଲ ଘେରା ଗାଁ ଭାବେ ବେଶ୍ ଜଣାଶୁଣା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁ ର ଦୂରତା ମଧ୍ୟ ୩୫ ରୁ ୩୮ କିମି ହେବ।

ଏଭଳି ଏକ ଅଞ୍ଚଳ ଅଛି,

ଯାହା ସର୍ବଦା ଅବହେଳିତ ଅବସ୍ଥାରେ ରହିଛି।

ଦାନା ପରବର୍ତ୍ତୀ ସ୍ଥିତି ପରଖିବା ପାଇଁ,ଆମ ପ୍ରତିନିଧି,ଆଜି ସକାଳ ୮ ଟା ସମୟ ରେ ଗ୍ରାଉଣ୍ଡ ଜିରୋ ରେ ପହଞ୍ଚି ଥିଲେ।

ଯାହା ଦେଖିଲେ,ତାହା ଆଖିରେ ନ ଦେଖିଲେ

କେହି ବିଶ୍ବାସ କରି ପାରିବେ ନାହିଁ।ଅତ୍ୟନ୍ତ ଦୟନୀୟ ଦୁର୍ଦ୍ଦଶାଗସ୍ତ

ଅବସ୍ଥା ରେ,

ସେମାନେ କିଭଳି ଜୀବନ ବିତାଉଛନ୍ତି,ତାହା

ଏବେର ସଭ୍ୟ ସମାଜ

ପାଇଁ,ଏକ ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆସନ୍ତୁ ଜାଣିବା, ଗ୍ରାଉଣ୍ଡ ଜିରୋ ରୁ ଉକ୍ତ

ଅଞ୍ଚଳ ର ଦୁଃଖ ଓ ଦୁର୍ଦ୍ଦଶା।ତା ପରେ ଆରମ୍ଭ ହୋଇଥିଲା ରିପୋର୍ଟ ପ୍ରସ୍ତୁତି।

ଉକ୍ତ ରାଜସ୍ବ ଗ୍ରାମ ଟି

ପ୍ରାୟ ୧୫ ଟି ହାମଲେଟ ଭିଲେଜ କୁ ନେଇ ଗଠିତ।ଅଧିବାସୀ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ।ହାତୀଖୁଲିଆ ରାଜସ୍ୱ ଗ୍ରାମ ର ରଙ୍ଗାମାଟିଆ ପଡା ଗାଁ ଟି ସବୁଠୁଁ ଅଧିକ ଲୋକ ବସ ବାସ କରନ୍ତି। ସଂଖ୍ୟା ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ବ। ଅନ୍ୟ ପଡ଼ା (ସାହି) ଗୁଡିକ ହେଲା – ଖଡ଼ିବଣିଆ, ଢିପାସାହି, କେନ୍ଦୁ ପଡ଼ିଆ, ଖଜିରା, ଡେଲିଙ୍ଗି, ବରଖୋଳି,ମହୁଲପତଳା,

ଡେମସାହି, ଠାକୁରାଣୀ ଢିପ, ରାୟ ରାମଚନ୍ଦ୍ରପୁର,

ଢିପାସାହି(ହାତୀଖୁଲିଆ), ମହାଦେବ ପଡ଼ା, ମଢ଼ିଆ ସାହି ପଡ଼ା ଗାଁ। ରଙ୍ଗା ମାଟିଆରେ ,ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ,ହାତୀ ଖୁଲିଆ ରେ

ହାତୀଖୁଲିଆ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଟିଏ ଅଛି।

୨୪,୨୫ ଦୁଇ ଦିନ ରଙ୍ଗା ମାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳୀ ରେ ୧୫୦ ରୁ ୨୦୦ ଲୋକ

ରହିଥିବା ବେଳେ ହଯାଇଛି।୨୬,୨୭ଦୁଇ ଦିନ ଅର୍ଥାତ ଆଜି ବି ସେଠାରେ କିଛି ଲୋକ

ଆଶ୍ରୟ ନେଇଥିବା ଦେଖାଯାଇଛି।ସମଗ୍ର ହାତୀଖୁଲିଆ ରାଜସ୍ୱ ଗ୍ରାମ ର ୧୫ ରୁ ଅଧିକ ପଡ଼ା ଗାଁ ୮୦ ପ୍ରତିଶତ ନଡ଼ା ଛପର ଘର ଭାଙ୍ଗି ଯାଇଛି ଅଥବା ମାଟିରେ ବସି ଯାଇଥିବା ପରିଲକ୍ଷିତ ହୋଇଛି। ବାତ୍ୟାର ଦୁଇ ଦିନ ଆଗରୁ

ଉକ୍ତ ପଡ଼ା କ ରେ ବିଦ୍ୟୁତ ସରବରାହ ବନ୍ଦ ଥିଲା।

ଆଜି ୬ ଦିନ ପରେ ବି

ବିଜୁଳି ଆସି ନ ଥିବା ଦେଖାଯାଇଛି। ବିଦ୍ୟୁତ ବିଭାଗ ର କୌଣସି ଟିପିଓ ଏନ୍ ଡି ଏଲ ର କୌଣସି କର୍ମଚାରୀ ଉକ୍ତ ଅପହଞ୍ଚ ଇଲାକା କୁ ଆସି ନଥିବା ଜଣାଯାଇଛି।ବାତ୍ୟା କୁ ଆଜି ୪ ଦିନ ହୋଇଥିଲେ

ମଧ୍ୟ ଉକ୍ତ ଗ୍ରାମ କୁ କୌଣସି

ସରକାରୀ ଅଧିକାରୀ, ଜନ ପ୍ରତିନିଧି,ଯଥା,ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ବର୍ତ୍ତମାନ ର ସରପଞ୍ଚ, ଏପରିକି ଉକ୍ତ ୱାର୍ଡ ର

ୱାର୍ଡ ମେମ୍ବର ମଧ୍ଯ ଗାଁ କୁ

ଆସି ଲୋକ ଙ୍କ ସୁଖ ଦୁଃଖ

ବୁଝି ନାହାଁନ୍ତି ବୋଲି, ଅତ୍ୟନ୍ତ କ୍ଷୋଭ ର ସହ ବାତ୍ୟାପ୍ରଭାବିତ ଗ୍ରାମବାସୀ କହିଛନ୍ତି। ନିର୍ବାଚନ ବେଳେ ଭୋଟ ନେବା ବେଳେ,ଅନେକ ପ୍ରତିଶ୍ରୁତି ମିଳେ।କିନ୍ତୁ ତା ପରେ ,ପୁଣି

୫ ବର୍ଷ ଧରି ଏଠାକୁ କେହି

ଆସନ୍ତି ନାହିଁ।ହାତୀ ଖୁଲିଆ, ରଙ୍ଗା ମାଟିଆ ରେ

ବହୁ ବଡ ବଡ ଗଛ ବାତ୍ୟା ରେ ଭାଙ୍ଗି ପଡ଼ିଥିବା ଦେଖା

ଯାଇଛି।ଯାହା କୁ ସଫା କରିବା ପାଇଁ,ସେଠାରେ ଅଦ୍ୟାବଧି ସରକାରୀ କଳ

ପହଞ୍ଚି ପାରିନାହିଁ।ଏଭଳି

ଏକ ଦୁଃସହ ସ୍ଥିତି ରେ ଜୀବନ ବିତାଉଥିବା ଆଦିବାସୀ ଭାଇ ଭଉଣୀ ମାନେ ,ନୀଳଗିରି ଉପଜିଲ୍ଲାପାଳ,

ତହସିଲଦାର, ବାଲେଶ୍ବର ଜିଲ୍ଲାପାଳ ଙ୍କୁ କରୁଣ ନିବେଦନ କରିଛନ୍ତି।ଏହି

ଅପହଞ୍ଚ ଇଲାକା ରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ।ଅନ୍ୟ ପକ୍ଷରେ,ବାତ୍ୟା ସମୟ ରେ ସରକାରୀ ଅଧିକାରୀ, ରାଜ ନୈତିକ ନେତା ବନ୍ୟା ଜଳ,ଭଙ୍ଗା ଘର, ଆଶ୍ରୟ ସ୍ଥଳୀ ମାନଙ୍କ ରେ ପରିଦର୍ଶନ ନାମ ରେ ଫଟୋ ସେସନ୍ କରି , ନିଜ ନିଜର ଆତ୍ମ ପ୍ରଚାର କରିବା ରେ ବ୍ୟସ୍ତ ଥିବା କୁହାଯାଉଛି। କିନ୍ତୁ ବାସ୍ତବ ସମସ୍ୟା ସମାଧାନ ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇଥିବା ଦେଖାଯାଇ ନାହିଁ।ଏଠାରେ ସୂଚନାଯୋଗ୍ୟ,ଉକ୍ତ ପଡ଼ା ଗ୍ରାମ ଗୁଡିକ ବାଗୁଡ଼ି ଛକ ରୁ ୭/୮ କିମି ଦୂର ହୋଇ ଥିବା ରୁ,ଏଠାକୁ ଲକ୍ଷ୍ମୀ ବସ ଚଳାଚଳ କରାଇଲେ, ପାଠ ପଢି ବାକୁ ଯାଉଥିବା

ପିଲା ମାନେ ତଥା ଗାଁ ଲୋକେ ବଜାର କୁ ଯାଇ

ନିଜ ନିଜର ନିତ୍ୟ ବ୍ୟବହୃତ ଜିନିଷ ଆଣି ପାରିବେ ବୋଲି କହିଛନ୍ତି।