March 11, 2026

ଜୁଯୋମୁରା: ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି କୁ ଶେଷ ସ୍ପର୍ଶ ଦେବେ ଶିଳ୍ପୀ,ରୌପ୍ୟ ମୁକୁଟରେ ଝଟକିବେ ମା 

IMG-20240928-WA0005
Share

 

ସମ୍ବଲପୁର,ତା. ୨୮. ୦୯: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜା ମଧ୍ୟ୍ୟରେ ଚଳିତ ବର୍ଷ ଜୁଯୋମୁରା ଦୁର୍ଗା ପୂଜା ଅନ୍ୟ ବର୍ଷ ଅପେକ୍ଷା ଖୁବ ଆକର୍ଷଣୀୟ ଓ ଚିତ୍ତାକର୍ଷକ ହେବ।ଚଳିତ ବର୍ଷ ଜୁଯୋମୁରା ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ। ଏଥିପାଇଁ ବହୁବିଧ କାର୍ଯ୍ୟକ୍ରମ ରହିଛି।

 

ଦୁର୍ଗା ମଣ୍ଡପରେ ନିର୍ମାଣ ଚାଲିଥିବା ମୃଣ୍ମୟ ମୂର୍ତ୍ତି ଶିଳ୍ପୀଙ୍କ କରକମଳର ଶେଷ ସ୍ପର୍ଶରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ମାଙ୍କ ମସ୍ତିଷ୍କରେ ଝଟକିବ ରୌପ୍ୟ ମୁକୁଟ।ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୁର୍ଗାପୂଜା ଆୟୋଜନର ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ମଧ୍ୟ୍ୟ ରହିଛି।