ଭାରତୀୟ ମଜଦୁର ସଂଘ ତିର୍ତ୍ତୋଲ ବିକାଶ ପରିଷଦ ର ବୃକ୍ଷରୋପଣ ..

ତିର୍ତ୍ତୋଲ -: ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଭାରତୀୟ ମଜଦୁର ସଂଘ ତିର୍ତ୍ତୋଲ ବିକାଶ ପରିଷଦ ଦ୍ୱାରା ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିକାଶ ପରିଷଦ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ପର୍ଯ୍ୟାବରଣ ସୁରକ୍ଷା ମଣିଷ ଜୀବନ ଧାରଣ ପାଇଁ ଅତନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ ! କଳ, କାରଖାନା, ଚାଷ,ବ୍ୟବସାୟ ଇତ୍ୟାଦି ମଣିଷ ଜୀଵନ ପାଇଁ ଯେପରି ଅତ୍ୟନ୍ତ ଆବଶ୍ୟକ, ସେହିପରି ଆମ ସୁସ୍ଥ ଜୀବନ ଯାପନ ପାଇଁ ବୃକ୍ଷ ଲତା ରହିବା ନିହାତି ଆବଶ୍ୟକ! ଏହି ଭାବନା ଆଧାରରେ ତିର୍ତ୍ତୋଲ ବିକାଶ ପରିଷଦ ର ସଭ୍ୟ ସଭ୍ୟା ତଥା ଶ୍ରୀମତୀ ପୁଷ୍ପା ରାଉତ ରାୟ , ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର , ରାମଚନ୍ଦ୍ର ସ୍ୱାଇଁ , ମାନସ କୁମାର ଆଚାର୍ଯ୍ୟ , ଶରତ କୁମାର ଦାଶ, ସ୍ମୃତି ରଞ୍ଜନ ଦାଶ , ଅଂଶୁମାନ ଆଚାର୍ଯ୍ୟ , ସୌମ୍ୟ ରଞ୍ଜନ ମିଶ୍ର ,ଲଲାଟ କେଶରୀ ମହାପାତ୍ର, ହିମାଂଶୁ ରଞ୍ଜନ ସ୍ୱାଇଁ, ରୀତିକେଶ ନନ୍ଦ, ବିଶ୍ୱରଂଜନ ମହାପାତ୍ର , ଚିତ୍ତରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦିତ କରିଛନ୍ତି ! ଆଗାମୀ ଦିନରେ ତିର୍ତ୍ତୋଲ ଅଞ୍ଚଳ ର ବିକାଶ ଦିଗରେ ଅନେକ ପଦକ୍ଷେପ ନେବାକୁ ବାକି ଅଛି ବୋଲି ସଭ୍ୟ ମାନେ ମତ ବ୍ୟକ୍ତ କରିଥିଲେ !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !
