April 26, 2026

ଧୁବେନପାଲିରେ ରକ୍ତଦାନ ଶିବିର

IMG-20250728-WA0040
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଧୁବେନପାଲି ଗ୍ରାମ୍ ବାସି ଆର୍ ଅମୃତ୍ କୁଟୁମ୍ ର ମିଲାମିସାରେ ୫୦ ନମର୍ ରକ୍ତ ଦାନ୍ ସିବିର୍ ଧୁବେନପାଲି ପ୍ରାଥମିକ ବିଦ୍ୟାଳୟ ନେ ଅନୁସ୍ଠିତ୍ ହେଇଯାଇଛେ। ଅମୃତ୍ କୁଟୁମ୍ ସଭାପତି ଶ୍ରି ଆନନ୍ଦ ଚନ୍ଦ୍ର ସୁନା ଙ୍କର୍ ସଭାପତିତ୍ବରେ ସଭା ମୁଲ୍ ହେଲା।ମୁଖିଆ କୁନୁଆଁ ଶ୍ରିମାନ୍ ସତ୍ଯବାନ୍ ଦାସ୍ ମାଏନ୍ତା କୁନୁଆଁ ଶ୍ରିମାନ୍ ଦେବାସିସ୍ ମିସ୍ର ଆର୍ ଅମୃତ୍ କୁଟୁମ୍ ଉପଦେସ୍ଟା ତଥା ସକ୍ରିୟ ବରିସ୍ଠ ସଦସ୍ଯ ଶ୍ରିମାନ୍ ଭବାନି ସଙ୍କର୍ ପାଢି ମହୋଦୟ ମାନକୁଁ ଅମୃତ୍ କୁଟୁମ୍ ସକ୍ରିୟ ସଦସ୍ୟ ଶ୍ରିମାନ୍ ପ୍ରକାସ୍ ଦାସ୍ କରିଆ ଦେଇଁ ସମ୍ମାନିତ୍ କଲେ।ତାର୍ ପରେଁ ଆନୁସ୍ଠାନିକ୍ ଭାବେଁ ସ୍ବେଚ୍ଛାକୃତ୍ ରକ୍ତ ଦାନ୍ ସିବିର୍ କେ ମୁଖିଆ କୁନୁଆଁ ଶ୍ରିମାନ୍ ସତ୍ଯବାନ୍ ଦାସ୍ ଫିତା କାଟିଁ ଉଦଘାଟନ୍ କଲେ।ବିର୍ ସୁରେନ୍ଦ୍ର ସାଏ ମେଡିକାଲ୍ ବୁର୍ଲା ର ଅଧିକାରି ଡଃ ମନୋଜିତ୍ ବୈସ୍ନବ୍,ଟେକନିସିଆନ୍ ଦେବାସିସ୍ ମିସ୍ର,ସନ୍ତୋସ୍ ଟାଡା,ଜନକ ବେହେରା,ପାଏନୁ ଭୋଇ ସଂଜିବ୍ ବେରା ମାନଙ୍କର୍ ଦ୍ବାରା ଭ୍ରାମ୍ୟମାଣ ବସ୍ ଯୋଗେ ରକ୍ତ ସଂଗ୍ରହ କଲେ।ଝନେ ମହିଲା ସାଙ୍ଗେଁ ସର୍ବମୋଟ୍ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହେଲା।ସେସେଁ ଅମୃତ୍ କୁଟୁମ୍ ସକ୍ରିୟ ସଦସ୍ୟ ଶ୍ରି ଲଲିତ୍ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଲେ।ଇ ସିବିର୍ କେ ଶ୍ରି ତୁସବନ୍ତ ବେହେରା ଶ୍ରି ପ୍ରକାସ୍ ଦାସ୍ ଶ୍ରି ଗୋପି ମେହେର୍ ଶ୍ରି ପ୍ରହଲ୍ଲାଦ୍ ମେହେର୍ ଶ୍ରି ଭିମ ଦୁବସାଗର୍ ଶ୍ରି ଗୋଲେଖ ମେଲ୍ଳି ଶ୍ରି ସମ୍ଭୁ ପଧାନ୍, ଅମୃତ୍ କୁଟୁମ୍ ସଂପାଦକ ଶ୍ରି ଭିସ୍ମସିଂ ଛନ୍ଦ୍,କେବେଡେଗା ସରପଞ୍ଚ୍ ଶ୍ରି ଜନ୍ମେଜୟ ମିସ୍ର ଶ୍ରି ସୁସନଜିତ୍ ତ୍ରିପାଠି ଶ୍ରି ସେସଦେବ୍ କର୍ଣ୍ଣ ଓ ଧୁବେନପାଲି ଗ୍ରାମ୍ ବାସି ତନ୍ ମନ୍ ଧନ୍ ଦେଇକରିଁ ସହଯୋଗ୍ କରିଥିଲେ , ରକ୍ତ ଦାନ୍ ସିବିର୍ କେ ସଫଲ୍ କରିଥିଲେ |