March 7, 2026

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ..

IMG-20250728-WA0032
Share

 

ଆଜି ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ସଭାପତି ରୋଟାରୀୟାନ କୈଳାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ୨୦୨୭-୨୮ପାଇଁ ପ୍ରାନ୍ତପାଳ ଇନ୍ଦ୍ରଜିତ ସାହୁ, ସମ୍ମାନିତ ଅତିଥିଭାବେ ଉପ-ପ୍ରାନ୍ତପାଳ ଶାକ୍ୟସିଂହ ପଟ୍ଟନାୟକ ଯୋଗଦେଇ କ୍ଳବର ବହୁମୁଖୀ ସମାଜସେବୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ l ପୂର୍ବତନ ସମ୍ପାଦିକା ସୁଷମା ମିଶ୍ର ବିଗତ ବର୍ଷରେ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସୂଚନା ଦେଇଥିଲେ l ଏହି ଅବସରରେ ସଭାପତି ଭାବେ ୨୦୨୫-୨୬ ରୋଟାରୀ ବର୍ଷପାଇଁ ସଭାପତି ଭାବେ ସୁବାସ କୁମାର ପଣ୍ଡା ଏବଂ ସମ୍ପାଦିକା ଭାବେ ଝରଣା ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ l ମୁଖ୍ୟଅତିଥି କ୍ଳବର ସେବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ରୋଟାରୀ କ୍ଳବ ଏକ ବୃହତ ସ୍ବେଛାସେବୀ ସଂସ୍ଥା ଯାହା ସମ୍ପର୍କ ଓ ସେବାର ଡୋରକୁ ମଝବୁତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ l ପ୍ରାନ୍ତପାଳ (ରୋଟାରୀ ଜିଲ୍ଲା ୩୨୬୨ ) ର ମନୋଜ କୁମାର ତ୍ରିପାଠୀ ଓ ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି କ୍ଲବର ସମାଜସେବା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ l କ୍ଲବର ମୁଖପତ୍ର ” ପୁରୁଷୋତ୍ତମ ” କୁ ମୁଖ୍ୟ ଅତିଥି ଉନ୍ମୋଚନ କରିବା ସହିତ ୨୦୨୫-୨୬ ବର୍ଷପାଇଁ ନିର୍ଦେଶକ ମଣ୍ଡଳୀ ଓ କମିଟି ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ l ଶେଷରେ ସମ୍ପାଦିକା ଝରଣା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ରୋଟାରୀଆନ ସୋମନାଥ ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରିହର ଗୁରୁ, ପ୍ରଦୀପ ନାୟକ, ରବିନାରାୟଣ ସାହୁ, ଝିମିଲି ପଟ୍ଟନାୟକ, ବିଭୁଦତ୍ତ ମିଶ୍ର, ବନ୍ଦିତା ସାହୁ, ଦେବରାଜ ପ୍ରଧାନ, ଅଜିତ ରାୟ, ଦେବଦତ୍ତ ଷଡ଼ଙ୍ଗୀ, ମନମୋହନ ପ୍ରଧାନ, ନିଗମ ପାତ୍ର ଇନ୍ନର ହୁଇଲ କ୍ଳବର ଜ୍ୟୋତିର୍ମୟୀ ମହାନ୍ତି ଓ କଲ୍ୟାଣୀ ମଲିକ ସମେତ କ୍ଳବ ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ