October 7, 2024

ପଦ୍ମପୁର ଉପଖଣ୍ଡ ର ଦିର୍ଘ ଦୁଇ ଦଶନ୍ଧି ର ସମସ୍ୟା ସମାଧାନ ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଭେଟିଛନ୍ତି ଯୁବ ନେତା ପ୍ରିତେଶ ବହିଦାର 

Share

 

 

ବରଗଡ଼/ପଦ୍ମପୁର : (ଉପାନ୍ତ ଖବର) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଦିର୍ଘ ୨୫ ବର୍ଷ ଧରି ଲାଗିରହିଥିବା ଗମନାଗମନ ସମସ୍ୟା ବିଷୟରେ ଓଡିଶା ସରକାର ଙ୍କ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତିଭୂଷଣ ଜେନା ଙ୍କ ସହ ସାକ୍ଷାତ ଆଲୋଚନା କରି ପଦ୍ମପୁର ଅଂଚଳ ର ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବାକୁ ଦାବି ଜଣାଇଛନ୍ତି ବିଜେପି ଯୁବନେତା ପ୍ରିତେଶ ବହିଦାର। ଦିର୍ଘ ଦୁଇ ଦଶନ୍ଧି ଭିତରେ ଗମନାଗମନ ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀ ର ପଦ୍ମପୁର ଉପଖଣ୍ଡ ମୁଖ୍ୟାଳୟ ଠାରେ ବସଷ୍ଟାଣ୍ଡ ର ସମସ୍ୟା ରହିଛି। ପଦ୍ମପୁର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ ରହିଛି ହେଲେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜନସାଧାରଣ ଙ୍କ ଦାବି ରହିଛି। ଉପଖଣ୍ଡ ର ଝାରବନ୍ଧ ଭଡା ଠାରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଦୂରତା ୧୫୦ କିମି ରୁ ଉର୍ଦ୍ଧ୍ବ ଦୂର ଅତିକ୍ରମ କରି ଆରଟିଓ କାର୍ଯ୍ୟାଳୟ କୁ ଗଲେ ଦୁଇଦିନ ସମୟ ଲାଗୁଛି ଯାହା ସମୟ ସାପେଖ୍ଯ ଓ ଖର୍ଚ୍ଚାନ୍ତ ହେବାସହ ବହୁ ହଇରାଣ ହରକତ ହେବାକୁ ପଡୁଛି ଫଳରେ ପଦ୍ମପୁର ଠାରେ ଏକ ଉପଖଣ୍ଡ ଆରଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଏହାସହ ପଦ୍ମପୁର ରୁ ରାଜଧାନୀ ଭୁବନେଶ୍ବର କୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ବସ୍ ଚଳାଚଳ କରିବାକୁ ଆଲୋଚନା କରିଛନ୍ତି ଯାହା ର ସମାଧାନ ହେଲେ ପଦ୍ମପୁର ଉପଖଣ୍ଡ ର ଉପାନ୍ତ ଅଂଚଳ ର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ ବୋଲି ଆଲୋଚନା କରିଛନ୍ତି l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)