October 6, 2024

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Share

ପଦ୍ମପୁର: (ଉପାନ୍ତ ଖବର) ୨୭/୦୫ :ପଦ୍ମପୁର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଶିକ୍ଷା ବର୍ଷ ୨୦୨୪-୨୫ ର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସାହା, ବିଜ୍ଞାନ ବିଭାଗର ଗୁରୁଜୀ ଶ୍ରୀ ରାଧାକାନ୍ତ ସାହୁ ଏବଂ ଶ୍ରୀ ସଂଗ୍ରାମ ଗୁରୁଜୀଙ୍କ ଅଧ୍ୟକ୍ଷତାରେ ଦୀପ ପ୍ରଜ୍ବଳନ ପୂର୍ବକ ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ। ଠିକ୍ ସେହିପରି ବିଦ୍ୟାମନ୍ଦିର ପରିସରରେ ଶ୍ରୀଯୁକ୍ତ ମାନସ ରଞ୍ଜନ ଶତପଥି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ର ଛାତ୍ରୀ କିପରି ବୈଜ୍ଞାନିକ ଚିନ୍ତାଧାରା ରଖି ଆଗକୁ ବଢିବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚ୍ୟୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକରେ ସଭାପତି ପୃଥିରାଜ ସାହୁ,ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।ବିଭାଗ ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମମତା ଗଡତିଆ ପରିଚାଳନା କରିଥିଲେ । ବିଦ୍ୟାଳୟର ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନାଙ୍କ ଦ୍ଵାରା ଉପସ୍ଥିତ ଅତିଥି, ଅଭିଭାବକ ଅଭିଭାବିକା, ଶିଶୁ ଭାଇ ଭଉଣୀ,ସେବକ ସେବିକା ତଥା ସମସ୍ତ ଗୁରୁଜୀ ଗୁରୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ବାଟିକା ବିଭାଗ ରୁ ୯୩ ଟି, ୧ମ ଶ୍ରେଣୀ ରୁ ୫୩ ଟି ,୨ୟ ଶ୍ରେଣୀ ରୁ ୨୯ ଟି ,୩ୟ ଶ୍ରେଣୀ ରୁ ୩୨ ଟି,୪ର୍ଥ ଓ ୫ମ ଶ୍ରେଣୀ (ଶିଶୁ ବର୍ଗ)ରୁ ୫୫ ଟି,୬ଷ୍ଠ ରୁ ୮ମ ଶ୍ରେଣୀ (ବାଲ ବର୍ଗ) ରୁ ୨୪ ଟି,୯ମ ଓ ୧୦ମ ଶ୍ରେଣୀ(କିଶୋର ବର୍ଗ) ରୁ ୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ବିଦ୍ୟାଳୟ ବିଜ୍ଞାନ ବିଭାଗର ଗୁରୁଜୀ ଗୁରୁମାଙ୍କ ଦ୍ୱାରା ପ୍ରକଳ୍ପ ମୂଲ୍ୟାଙ୍କନ କରାଯାଇ ଥିଲା । ଶିଶୁ ମନ୍ଦିର ପରିସରରେ ସମସ୍ତ କାର୍ଯ୍ୟକ୍ରମକୁ ବିବେକା ଗୁରୁଜୀ ପରିଚାଳନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)