March 8, 2026

ଲାଞ୍ଜିଗଡ଼ରେ ପବିତ୍ର ରଥଯାତ୍ରା ସମ୍ପନ୍ନ 

IMG-20250628-WA0021
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେଷ୍ଟ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରସିଦ୍ଧ ଓ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ସମ୍ପନ୍ନ ହୋଇଯାଇଛି l ଦିବା ଘ. 4:30 ମିନିଟରେ ପହଣ୍ଡି ଆରମ୍ଭ ହୋଇ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ରଠାରୁଢ଼ କରାଯାଇଥିଲା l ପରେ ଲାଞ୍ଜିଗଡ଼ ରାଜା ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ଦେଓ ଛେରା ପହଁରା କରିଥିଲେ l ଅପରାହ୍ନ 5 ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା l ତେବେ ରଥ ଟାଣିବା ସମୟରେ ଏକ ଅଘଟଣ ଘଟିଥିଲା l ରାସ୍ତା କଡ଼ରେଷ୍ଟ ଥିବା ଏକ ପୁରୁଣା ବିଦ୍ୟୁତ ଖମ୍ବରେ ରଥ ଧକ୍କା ଲାଗିବା ଫଳରେ ବିଦ୍ୟୁତ ଖମ୍ବଟି ଭାଙ୍ଗି ପଡିଥିଲା l କିନ୍ତୁ ସୌଭାଗ୍ୟ ବଶତଃ କାହାରି କିଛି କ୍ଷତି ହୋଇନାହିଁ l ଆହୁରି ଏକ ବିଷୟ ହେଲା ଯେ ରଥଟି ମନ୍ଦିର ନିକଟରୁ ପ୍ରାୟ 200 ଫୁଟ ଗଡ଼ିବା ପରେ ଆଉ ଆଗକୁ ଗଡ଼ି ପାରିଲା ନାହିଁ l ଚକା ସବୁ ଜାମ ହୋଇଯିବା ଫଳରେ ରଥ ସେହି ସ୍ଥାନରେଷ୍ଟ ହିଁ ଅଟକି ଗଲା l ଗୁଣ୍ଡିଚା ମନ୍ଦିର ବା ମାଉସୀ ମାଆ ମନ୍ଦିର ନିକଟକୁ ପହଂଚି ପାରି ନ ଥିଲା l ସେହି ଠାରୁ ଠାକୁରମାନଙ୍କୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ସେବାୟତ ମାନେ ବୋହି ବୋହି ନେଲେ l ସାଧାରଣତଃ ଲାଞ୍ଜିଗଡ଼ରେ ଏପରି କେବେ ଘଟି ନ ଥିଲା l ଯାହା ହେଉନା କାହିଁକି ଠାକୁର ମାନଙ୍କୁ ମାଉସ ମନ୍ଦିରରେ ସ୍ଥାପନ କରିବା ପରେ ସେଠାରେ ପୂଜାର୍ଚନା କରାଯାଇଥିଲା

l ତିନି ଚାରୋଟି ସଂକୀର୍ତ୍ତନ ଦଳ ଏହି ପବିତ୍ର ରଥ ଯାତ୍ରାରେ ଯୋଗ ଦେଇଥିଲେ l ପାଗ ଭଲ ଥିବା ଯୋଗୁଁ ଲାଞ୍ଜିଗଡ଼ ସମେତ ଆଖ ପାଖ ଅଞ୍ଚଳରୁ ଆସିଥିବା ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା l ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର