June 28, 2026

ନୀଳଗିରି ଅଞ୍ଚଳରୁ ବିରଳ ଧଳା ନାଗ ଉଦ୍ଧାର..

IMG-20250628-WA0001
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୪ ନମ୍ବର ୱାର୍ଡ ମିରିଗିଣି ଗ୍ରାମରୁ ଏକ ବିରଳ ଧଳା ନାଗ “ଆଲବିନୋ କୋବ୍ରା” ସାପ ଉଦ୍ଧାର କରାଯାଇଛି । ସାପଟି ଉକ୍ତ ଗ୍ରାମର ଉପେନ୍ଦ୍ରନାଥ ଦାସଙ୍କ କୁକୁଡ଼ା ଭାଡି ଭିତରେ ପଶି ୫ଟି ଅଣ୍ଡା ଖାଇବା ସହ ଗୋଟିଏ କୁକୁଡ଼ା କୁ ମାରିଦେଇଥିଲା ।ଶ୍ରୀ ଦାସ କୁକୁଡ଼ା ଭାଡି ମଧ୍ୟରେ ଏମିତି ଧଳା ନାଗ ଦେଖି ଭୟରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତ ଙ୍କୁ ଖବର ଦେଇଥିଲେ । ଶ୍ରୀ ରାଉତ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଛନ୍ତି । ବିଗତ ଦିନ ମାନଙ୍କରେ ଏମିତି ଅନେକ ବିରଳ ପ୍ରଜାତିର ସାପ ନୀଳଗିରି ରୁ ଉଦ୍ଧାର ହୋଇଥିବା ବେଳେ ନୀଳଗିରି ବନବିଭାଗ ନିକଟରେ ସାପ ଧରିବା ପାଇଁ ସରକାରୀ କର୍ମଚାରୀ ନାହାନ୍ତି ଯାହାକି ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଲେ ବହୁତ ଲୋକ ଉପକୃତ ହୁଅନ୍ତେ ବୋଲି ଜନସାଧାରଣ ଦାବି କରିଛନ୍ତି।

You may have missed