July 3, 2024

ରାୟଗଡା ଟ୍ରକ ମାଲିକ ସଂଘ ପକ୍ଷରୁ ଅଶୋକ ପାଣିଗ୍ରାହୀ ଙ୍କ ତିରୋଧାନ ଦିବସ ପାଳିତ

Share

ରାୟଗଡା : ରାୟଗଡା ଟ୍ରକ ସଙ୍ଘ ର ପ୍ରତିଷ୍ଠାତା ସ୍ବର୍ଗତ ଅଶୋକ ପାଣିଗ୍ରାହୀ ଙ୍କ 19 ତମ ତିରୋଧାନ ଦିବସ ଗତ 26/06/2024 ହୋଇଥିଲା କିନ୍ତୁ କୌଣସି କାରଣ ବଶତଃ ତାହା ଆଜି 28 ତାରିଖରେ ରାୟଗଡା ସହର ର 326ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ତିତ ରାୟଗଡା ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି l ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ କୌଣସି କାମରେ ରାୟଗଡା ସହର ବାହାରେ ଥିବାରୁ ସ୍ବର୍ଗତ ଅଶୋକ ପାଣିଗ୍ରାହୀ ଙ୍କ ତିରୋଧାନ ଦିବସ 26 ତାରିଖ ପରିବର୍ତ୍ତେ 28 ତାରିଖ ରେ ପାଳିତ ହୋଇଯାଇଛି l କୋଣ୍ଡା ବାବୁ ଆଜି ସଖାଳୁ ରାୟଗଡା ରେ ପହଂଚିବା ପରେ ସାଙ୍ଗ ର ସମସ୍ତ କର୍ମକର୍ତା ଓ ସଭ୍ୟ ଓ ଟ୍ରକ ଡ୍ରାଇଭେର ଓ ହେଲପର ଙ୍କୁ ଟ୍ରକ ମାଲିକ ସଂଘ ଅଫିସ ଙ୍କୁ ଡାକି ଅଶୋକ ପାଣିଗ୍ରାହୀ ଙ୍କ ତିରୋଧାନ ଦିବସ ପଲିଥିଲେ l ସର୍ବପ୍ରଥମେ ଅଶୋକ ପାଣିଗ୍ରାହୀ ଙ୍କ ଫୋଟ ଚିତ୍ର ରେ ଟ୍ରକ ମାଲିକ ସଙ୍ଘ ସଭାପତି କୋଣ୍ଡା ବାବୁ ଓ ପରେ ପରେ ସଙ୍ଘ ର କର୍ମକର୍ତା ଓ ସମସ୍ତ ସଭ୍ୟ ପୁଷ୍ପା ମାଲ୍ୟ ଅର୍ପଣ କରିଥିଲେ l ସ୍ବର୍ଗତ ଅଶୋକ ବାବୁ କିପରି ଟ୍ରକ ମାଲିକ ସଙ୍ଘ ଗଠନ କରିଥିଲେ ଓ ଟ୍ରକ ଚାଳକ ଙ୍କ ଦୁଃଖ ସୁଖ ରେ କିପରି ଭାଗ ନେଉଥିଲେ ତାହା ସମସ୍ତେ ମନେ ପକାଇଥୁଲେ l ସଙ୍ଘ ର କୌଣସି ସଭ୍ୟ ଅଥବା କର୍ମଚାରୀ ଙ୍କ କୌଣସି ଅସୁବିଧା ହେଲେ ସେ କାହାରି ସାହାଯ୍ୟ ବ୍ୟତୀତ ନିଜେ ତାହାର ସମାଧାନ କରୁଥିଲେ ବୋଲି ସମସ୍ତେ ମନେପକାଇଥିଲେ l ଆଗାମୀ ଦିନରେ ସଙ୍ଘ ର ଏକ ନିଜସ୍ୱ ଅଫିସ ଗୃହ କାର୍ଯ୍ୟକ୍ଷେମ ପରେ ଅଶୋକ ବାବୁଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ଟ୍ରକ ମାଲିକ ସଂଘ ସଭାପତି କୋଣ୍ଡା ବାବୁ କହିଥିଲେ l ରାୟଗଡା ଜ଼ିଲ୍ଲା ର ଟ୍ରକ ମାଲିକ ଙ୍କ ପରିସ୍ଥିତି ଙ୍କୁ ଦେଖି ମାଲିକ ଙ୍କ ସମସ୍ୟାର ସମାଧାନ ପାଇଁ ରାୟଗଡା ଟ୍ରକ ମାଲିକ ସଂଘଅଶୋକ ପାଣିଗ୍ରାହୀ ଗଠନ କରିଥିଲେ ବୋଲି କୋଣ୍ଡା ବାବୁ କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସଙ୍ଘର ସାଧାରଣ ସମ୍ପାଦକ ଜାନକୀ ରାମେୟା ପରିଚାଳନା କରିଥିବା ବେଳେ ସମସ୍ତ ସଭ୍ୟ ସହଯୋଗ କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ