April 25, 2026

ଦୂରଦର୍ଶନରେ ଆଜି ପ୍ରଦର୍ଶିତ ହେବ ଫରେ୍ସିକ୍ ମେଡିସିନ ଓ ଏହାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା

IMG-20240628-WA0001
Share

ସମ୍ବଲପୁର:୨୮ ତାରିଖ ସକାଳ ଘ.୯.୩୩୦ମିନିଟରେ ଡିଡି ଓଡିଆରେ ଏକ ବିଶେଷ କାର୍ଯ୍ୟକ୍ରମ ଫରେନ୍ସିକ୍ ମେଡିସିନ୍ ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଏହି ମେଡିସିନର ଦିଗନ୍ତକୁ ନେଇ ମୃତ୍ୟୁ ର କାରଣ ଏବଂ ପରିସ୍ଥିତି ନିର୍ଣ୍ଣୟ କରିବାକୁ ମୃତଦେହର ପରୀକ୍ଷା, ବିଷାକ୍ତ ପଦାର୍ଥ ଅନ୍ଵେଷଣ ଏବଂ ସେମାନଙ୍କର ପ୍ରଭାବ,ମାନବ ଅବଶିଷ୍ଟ ବିଶ୍ଲେଷଣ କରି ତାହାର ଚରିତ୍ର ଓ ଇତିହାସ ନିର୍ଣ୍ଣୟ, ଦାନ୍ତର ପରୀକ୍ଷା ଏବଂ ସହିତ ସମ୍ପୃକ୍ତ ଚରିତ୍ର ପରିଚୟ,ଆଇନ ବ୍ୟବସ୍ଥାରେ ମନୋଦୂର୍ବଳତା ଓ ମନୋବୃତ୍ତିର ଭୂମିକା,ମୃତ୍ୟୁ ସମୟ ନିର୍ଣ୍ଣୟ ପାଇଁ କୀଟପତଙ୍ଗର ପରୀକ୍ଷା ଭଳି ବିଭିନ୍ନ ଦିଗ,ଆଇନ ଅନୁସନ୍ଧାନ ଏବଂ ନ୍ୟାୟ ପ୍ରଣାଳୀରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଏହି ଆଲୋଚନାରେ ତାତ୍ପର୍ଯ୍ୟ ପୁର୍ଣ୍ଣ ବିଷୟ ବସ୍ତୁ ରହିଛି।ନ୍ୟାୟ ଓ ନାଗରୀକ ଅଧିକାର ସମ୍ବଳିତ ଫରେନ୍ସିକ୍ ମେଡିସିନ ବିଷୟବସ୍ତୁକୁ ନେଇ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏହାକୁ ପ୍ରସ୍ତୁତ କରିଛନ୍ତି।ଆଲୋଚନାରେ ଫରେନ୍ସିକ୍ ମେଡିସିନ ଏମଡି ଡାକ୍ତର ଗୀତାରାଣୀ ଚୋବେ ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ଡାକ୍ତର ରାଜାରାମ ଷଡଙ୍ଗୀ ଏହାର ଉପସ୍ଥାପନା କରିଛନ୍ତି।ଆସନ୍ତା କାଲି ଶୁକ୍ରବାର ସକାଳ ୯.୩୦ରେ ଏହା ଆରୋଗ୍ୟମ୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବ।