April 3, 2025

ବୁଗୁଡ଼ାରେ ବାହୁଡା଼ ଯାତ୍ରା,ମଝି ଦାଣ୍ଡରେ ଅଟକିଲା ରଥ

Share

ବୁଗୁଡା : ତା ୨୮/୦୬/୨୩ : ବୁଗୁଡ଼ାରେ ବାହୁଡା଼ ଯାତ୍ରା
ସମ୍ପର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ
ରଥ ଟଣା ହୋଇଥିବା ବେଳେ ମଝି ଦାଣ୍ଡରେ ରଥ
ଅଟକିଛି ।ଆଜି ଅପରାହ୍ନରେ ପୁରୋହିତ ଗଦାଧର ପାଣି ଦ୍ବାରା ପୂଜା କାର୍ଯ୍ୟ ସଂପାଦନ ହୋଇଥିଲା ।
ତା’ପରେ ମନ୍ଦିର ପୂଜକମାନେ ବାଦ୍ୟ ବାଜଣା ସହ
ମହନ୍ତି ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ
କରିଥିଲେ। ତା’ ପରେ ବଳଦେବ,ସୁଭଦ୍ରା, ଜଗନ୍ନାଥ
ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ
ମାଧ୍ୟମରେ ସେମାନଙ୍କୁ ରଥାରୁଢ କରାଯାଇଥିଲା। ରଥ
ଉପରେ ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ,ଆଳତି
କରାଯିବା ସହ ମହନ୍ତଙ୍କ ଦ୍ବାରା ଛେରା ପହଁରା କାର୍ଯ୍ୟ
ହୋଇଥିଲା । ଏହାପରେ ଭକ୍ତମାନେ ଉତ୍ସାହର ସହ
ହରିବୋଲ ହୁଳହୁଳି ପକାଇ ଠାକୁରଙ୍କ ରଥ ଟାଣି ମଝି
ଦାଣ୍ଡରେ ପହଞ୍ଚାଇଥିଲେ । ରଥଯାତ୍ରା ପରିଚାଳନା
କମିଟିର ସଂପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ସଦସ୍ୟ ଏବଂ ମନ୍ଦିରର ପୂଜକ, ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୂତୟନ ହୋଇ ଥିଲେ।ପ୍ରକାଶ ଯେ, ରଥରେ ଏକାଦଶୀରେ ସୁନାବେଶ ପରେ ଶୁକ୍ରବାର ଦିନ ଅଧର ପଣା କାର୍ଯ୍ୟ ଶେଷ ହେବା ପରେ ରତ୍ନବେଦୀକୁ ଫେରିବେ ତିନି ଠାକୁର ।