ନବରଙ୍ଗପୁର ଆଇନଜୀବୀ ସଂଘ ପକ୍ଷରୁ ୧୭୮ ତମ ମଧୁବାବୁ ଜୟନ୍ତୀ ପାଳିତ……  

IMG-20260428-WA0063
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଜିଲ୍ଲା ଆଇନଜୀବୀ ସଂଘ ନବରଙ୍ଗପୁର ପକ୍ଷରୁ ୧୭୮ ତମ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ସଂଗ୍ରାମୀ କେଶରୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର, ପୋକ୍ସ ଅଦାଲତ ବିଚାରପତି ବାସୁଦେବ ଆଚାର୍ଯ୍ୟ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ପାଳ ଯୋଗ ଦେଇ ଥିଲେ। ସଂଘର ସଭାପତି ସିରଜ୍ ଉଦ୍ଦିନ ଅହମ୍ମଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଦାଲତ ପରିସରରେ ଥିବା ମଧୁ ସୁଦନଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଭାରତର ସମ୍ବିଧାନ ଫୋଟ ଚିତ୍ର ସମ୍ମୁଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସଂଘର ସମ୍ପାଦକ ତପନ କୁମାର ସିଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଜି ପି ଝାଡେଶ୍ଵର୍ ଖାଡ଼ଙ୍ଗାଙ୍କ ଅନୁପସ୍ଥିତିରେ ଆଇନଜୀବୀ ଦେବୀ ପ୍ରସାଦ ସିଂ ତାଙ୍କର ବାର୍ତ୍ତା ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ଜି ପି ମାନସ ତ୍ରିପାଠୀ, ପୂର୍ବତନ ବାର୍ ସଭାପତି ନରସିଂହ ତ୍ରିପାଠୀ, ଆଇନଜୀବୀ ସନ୍ତୋଷ ମିଶ୍ର, ସରୋଜ ବେହେରା, କିଶୋରୀ ପଟ୍ଟନାୟକ ନିଜ ନିଜ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମଧୁ ବାବୁଙ୍କ ସ୍ମୁତି ଚାରଣ କରିବା ସହ ଆଇନଜୀବୀ ମାନଙ୍କୁ ନିଜ ପେଷାରେ ଅଧ୍ୟବସାୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସଂଘର ବରିଷ୍ଠ ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ ଓ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ ପୂର୍ବକ ମାନପତ୍ର ପ୍ରଦାନ କରିଥିଲେ। ସେହିଭଳି ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟରେଟ୍ ଉପାଧି ପାଇଥିବା ଆଇନଜୀବୀ ସିରାଜ୍ ଉଦ୍ଦିନ ଅହମ୍ମଦ ଓ ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଜିଲ୍ଲା ଦୌରା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ମାନପତ୍ର ଗୁଡିକୁ ଆଇନଜୀବୀ ଗୋପାଳ ପାଣିଗ୍ରାହୀ ଓ ଆଇନଜୀବୀ ଶତାଦ୍ଧୀ ପାଳ ପାଠ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ଗଜେନ୍ଦ୍ର ଦାଶ ପରିଚାଳନା କରିଥିବା ବେଳେ ଉପ ସଭାପତି ସଦାଶିବ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଅଦାଲତର ବିଚାରପତିଙ୍କ ସମେତ କୋଷାଧ୍ୟକ୍ଷ ବାବା ଆଲିସା, ଶ୍ୟାମ ପ୍ରସାଦ ଗନ୍ତାୟତ, ପ୍ରଶନ୍ନ ପଟ୍ଟନାୟକ, ବୀରେନ୍ଦ୍ର ନାୟକ, ରାମ ବାବୁ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଶର୍ମିଷ୍ଠା ରଥ, ରାକ୍ଷୀ ଜେନ୍, ପ୍ରଦୀପ ସାହୁ, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଆଇନଜିବୀ ମାନେ ଉପସ୍ଥିତ ରହିଥିଲେ।

You may have missed