April 29, 2025

ବୁଗୁଡ଼ା ଠାକୁରାଣୀ ଯାତ୍ରାର ଚତୁର୍ଥ ଦିବସ , ବିଭିନ୍ନ ସାହି ପରିକ୍ରମା କଲେ ପଞ୍ଚ ଠାକୁରାଣୀ 

Share

ବୁଗୁଡ଼ା : ତା ୨୮/୦୪/୨୫ : ବୁଗୁଡ଼ା ଠାକୁରାଣୀ ଯାତ୍ରାର ଚତୁର୍ଥ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ପରେ ମାନସିକଧାରୀ ମହିଳା ଶୋଭା ଗୌଡ, ଜୟନ୍ତୀ ପରିଡା, ଦମୟନ୍ତୀ ମହାରଣା, କୁମାରୀ ସାହୁ, ଦୀପା ଦାସ ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଅସ୍ଥାନରୁ ବାହାରି ସନ୍ତୋଷୀ ମା’ ମନ୍ଦିର , ତଳ ଓଡିଆ ସାହି , ବାଲୁଙ୍କେଶ୍ବର ମନ୍ଦିର , ଗଣ୍ଡାମଞ୍ଜି ସାହି, କାର୍ଜି ସାହି, ପୋଲେଇ ସାହି, କରଣ ସାହି, ଚୈତନ୍ୟ ମନ୍ଦିର, ରଘୁନାଥ ସାହି, ବଳଦେବ ମନ୍ଦିର ପଥ ପରିକ୍ରମା କରି ଆସ୍ଥାନକୁ ଫେରିଥିଲେ। କାଳବୈଶାଖୀ ବର୍ଷା ଏବଂ ବିଦ୍ୟୁତ୍ କାଟ ସତ୍ତ୍ୱେ ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଗୃହ ସମ୍ମୁଖରେ ଧୂପ, ଦୀପ ଓ ପୂଜା ସାମଗ୍ରୀ ସାଙ୍ଗକୁ ପୂର୍ଣ୍ଣ କୁମ୍ଭ ବାଢି ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ ପୂର୍ବକ କୃପା ଭିକ୍ଷା କରିଥିଲେ ।