May 13, 2026

ବିଶ୍ଵ ନୃତ୍ୟ ଦିବସ ମହାସମାରୋହରେ ଉଦଘାଟିତ।

IMG-20250428-WA0037
Share

 

ଆଜି ପୁରୀ ପୌରସଦନ ଠାରେ ଆରମ୍ଭ ହୋଇଛି ବିଶ୍ୱ ନୃତ୍ୟ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା।ଏହି ପରିପ୍ରେକ୍ଷୀରେ ଚିତ୍ରାଙ୍କନ, କୌତୁକ ପୋଷାକ,ଓଡ଼ିଶୀ,ସମ୍ବଲପୁରୀ,

ସେମି କ୍ଲାସିକାଲ,ରେକର୍ଡ ଡାନ୍ସ ଭଳି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଅନୁଷ୍ଠାନର ଅଧକ୍ଷା ରୁପଶ୍ରି ମହାପାତ୍ର,ସଭାପତି ବଟକୃଷ୍ଣ ପୁଷ୍ପାଳକ,ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ।ଏହି କାର୍ୟକ୍ରମ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ