ମହୁଲ ଫୁଲ ର ବାସ୍ନା ରେ ବଣ ଜଙ୍ଗଲ ..

କୋଲନରା: (ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା ଗୋଟିଏ ଆଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ।ପ୍ରକୃତିର ନିୟମ ଆଗରେ ଭରପୁର ଚାରିଆଡେ ଖାଲି ମହୁଲ ଫୁଲର ବାସ୍ନା। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ ରହିଥିବା ବଣ ଜଙ୍ଗଲ ଘେରା ବିଭିନ୍ନ ଆଦିବାସୀ ଗାଁ ମାନଙ୍କରେ ଏବେ ପିଲାଟି ଠାରୁ ଆରମ୍ଭ କରି ଘରର ମହିଳା ଓ ପୁରୁଷ ସମସ୍ତେ ବସନ୍ତ ୠତୁରେ ମହୁଲ ସଂଗ୍ରହରେ ବ୍ୟସ୍ତ । ଏହି ଋତୁ ରେ ଫୁଲ ର ସଂଗ୍ରହ ରେ ନିଜର ଜୀବିକା ପାଇଁ ମହିଳା ଓ ପୁରୁଷ ମାନେ ମହୁଲ ଗଛଥିବା ସ୍ଥାନକୁ ସଫା କରିବା ସହିତ ଶୁଖିଲା ଡାଳ ପତ୍ରପଡ଼ି ଅପରିଷ୍କାର ହୋଇଥିଲେ ତାକୁ ନିଆଁ ଲଗେଇ ସଫା କରିଥାନ୍ତି । କାହିଁକି ନା ଗଛରୁ ପଡୁଥିବା ମହୁଲଫୁଲ ସାଉଁଟି ବାରେ ସେମାନଙ୍କୁ ସହଜ ହେବ ବୋଲିକହିଛନ୍ତି । ଅଞ୍ଚଳର ଲୋକଙ୍କ କହିବା ଅନୁଯାୟୀ ଗୋଟିଏ ବଡ଼ ମହୁଲ ଗଛରୁ ଦିନକୁ ହାରା ହାରି ୧୦ କେଜି ମହୁଲଫୁଲ ଝଡ଼ିଥାଏ ଓ ଲୋକେ ସକାଳୁ ସକାଳୁ ଗଛ ମୂଳେ ପହଞ୍ଚି ମଧ୍ୟାହ୍ନ ୧୨ଘ ଘଣ୍ଟା ପର୍ଯ୍ୟନ୍ତ ଏହି ଫୁଲ ସଂଗ୍ରହ କରିଥାନ୍ତି। ଏହି ଦେଢ଼ମାସ ପାଇଁ ମହୁଲଫୁଲ ସଂଗ୍ରହରେ ଲାଗି ଯାଇଥାନ୍ତି ଲୋକେ। ମହୁଲଫୁଲ ସଂଗ୍ରହ କରିବା ପରେ ତାହାକୁ ୬ ରୁ ୭ ଦିନ ପର୍ଯ୍ୟନ୍ତ ଟାଣ ଖରାରେ ଶୁଖେଇଥାନ୍ତି। ଶୁଖିଲା ମହୁଲ କୁ ଲୁଣ ପାଇଁ ବର୍ଷକ ସଞ୍ଚୟ କରି ବର୍ଷକୁ ଖାଇବା ପାଇଁ ସଞ୍ଚୟ କରିଥାନ୍ତି । ମହୁଲ ଗଛରେ ଆସୁଥିବା ଏହି ନୂଆଫୁଲ ମହୁଲରେ ମଦ ପ୍ରସ୍ତୁତ କରି ଉଗାଦୀ ଦିନ ନୂଆ ମହୁଲ ରସ ମାଟି ଦେବତା କୁ ଭୋଗ ଦେବା ପରେ ମହିଳା ଓ ପୁରୁଷ ମାନେ ମନ ଖୁସିରେ ପ୍ରସାଦ ଭାବେ ସେବନ କରିଥାନ୍ତି। ଖାଣ୍ଟି ମହୁଲ ରନ୍ଧା ରସ ପିଇଲେ ଦେହକୁ ଭଲ ଓ ଗୋଡ଼ ହାତ ମଜରା ଲାଗି ନଥାଏ ବୋଲି କହିଥାନ୍ତି। ଚାଷ କାମ ଆରମ୍ଭ ହେଲେ ଲୋକେ କ୍ଷେତରେ ଓ ଡଙ୍ଗର ରେ ହାଡ଼ଭଙ୍ଗା ପରିଶ୍ରମ କରିଥାଆନ୍ତି। ଘରକୁ ଫେରନ୍ତି ସଂଧ୍ୟାରେ ଏହି ଖାଣ୍ଟି ମହୁଲି ଟିକେ ପିଇ ଦେଇ ଭାତ ଖାଇ ରାତିରେ ଶୋଇ ପଡିଲେ ସକାଳୁ ଉଠିବା ପରେ ଦେହରେ ଫୁର୍ତ୍ତି ଅନୁଭବ ହୋଇଥାଏ। ପୁଣି ଚାଷ କାମରେ ସମସ୍ତେ ଲାଗି ଯାଇଥାନ୍ତି। ସେହିପରି ମହୁଲ କିଣିବାକୁ ଗାଁକୁ ଆସୁଥିବା ବ୍ୟବସାୟୀ ମାନଙ୍କ ଦ୍ବାରା ଠକାମିର ସ୍ୱୀକାର ହେଉଥିବା କହିଛନ୍ତି । ଯଦି ମହୁଲଫୁଲ ଅଧିକ ସଂଗ୍ରହ କରିଥାନ୍ତି ବା ବଳକା ହେବବୋଲି ଅନୁମାନ କରନ୍ତି ତେବେ କେଜି ବା ଅଡା ହିସାବରେ ଗାଁକୁ ଆସୁଥିବା ବ୍ୟବସାୟୀ ଙ୍କୁ ବିକ୍ରି କରି ପରିବାର ହାତ ଖର୍ଚ୍ଚ ପାଇଁ ଅର୍ଥ ସଂଗ୍ରହ କରିଥାନ୍ତି। ଏହା ସହିତ ଘରେ ଶୁଖେଇକି ରଖିଥିବା ମହୁଲଫୁଲ କୁ ଭାଜି ଖାଇଲେ ଓ ଚକୁଳି କରି ଖାଇଲେ ମଧ୍ୟ ସ୍ୱାଦ ଲାଗିଥାଏ। ଏହି ଗୋଟିଏ ମାସ ମହୁଲଫୁଲ ଗୋଟାଇବା ରେ ଗାଁ ଲୋକେ ଲାଗି ଯାଇଥାନ୍ତି। ଏହି ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିବାର ବଜାର ବ୍ୟବସ୍ଥା ନ ଥିବାରୁ ଗାଁକୁ ଆସୁଥିବା ବ୍ୟବସାୟୀ ଗାଁ ଲୋକଙ୍କ ଅପେକ୍ଷା ଅଧିକ ମୁନାଫା ପାଇ ଲାଭବାନ ହେଉଛନ୍ତି। ଜଙ୍ଗଲ ଜାତ ଦ୍ରବ୍ୟ ତେନ୍ତୁଳି, ଆମ୍ବ, ହରିଡା, ବାହାଡ଼ା, ପଣସ, ସପୁରୀ ସମେତ ବହୁ ଜିନିଷ ପ୍ରକୃତି ମା କୋଳରେ ରହିଛି।ଜିଲ୍ଲା ପ୍ରଶାସନ ନିରୀହ ଲୋକ ମାନଙ୍କ ଦୁଃଖ କୁ ଅନୁତାପ କରି ଏହାର ଉଛିତ ମୂଲ୍ୟ କେମିତି ପାଇବେ ତାହା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି ।