କିଏ ଏହି ଲକ୍ଷ୍ମୀଧର ଠିକାଦାର, ତାତିଲେ ଚାଷୀ ଘରୁ ଉଠାଇ ଆଣିବାକୁ ଧମକ ଦେଲେ ଚାଷୀ
ହଁ ଆଜ୍ଞା ଆପଣଙ୍କୁ ଏଠାରେ ସୂଚାଇ ଦେବାକୁ ଚାହୁଁ ଯେ ସମଙ୍ଗ ଗ୍ରାମ ପଞ୍ଚାୟତ ରେ ଥିବା ତଳଜଙ୍ଘ , ଉତ୍ତରକୋଣା ର ଚାଷୀମାନେ ଦୀର୍ଘ ୮୦ ବର୍ଷକାଳ ହେବ ଅନାବାଦୀ ଚାଷଜମୀରେ ଚାଷ କରି ଆସୁଛନ୍ତି l ସେହି ଜାଗାକୁ ସରକାରଙ୍କ ପକ୍ଷରୁ ମଧୁର ଜଳ ପ୍ରକଳ୍ପ ପାଇଁ ବିବେଚିତ କରାଯିବା ପରେ ୨୧ ଚାଷୀ ଏହାକୁ ସମର୍ଥନ କରି ନିଜର କ୍ଷତିପୂରଣ ପାଇବାପାଇଁ ଗତ ଜାନୁୟାରୀ ୧୨ ତାରିଖ ରେ ପୁରୀ ଜିଲ୍ଲାପାଳ, ତହସିଲଦାର ଏବଂ WATCO ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହିତ ଉଚିତ ନ୍ୟାୟ ନମିଳିଲେ ଜାନୁୟାରୀ ୨୯ ରେ ୨୧ଚାଷୀ ପରିବାର ଚାଷଜମୀରେ ସମୂହ ଆତ୍ମହୁତି ଦେବାକୁ ଧମକ ଦେବାସହିତ ଜାନୁୟାରୀ ୧୮ରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ l ଜିଲ୍ଲାପାଳ ବ୍ୟସ୍ତ ଭିତରେ କୋଣାର୍କ ଯାଇଥିବା ବେଳେ ସାକ୍ଷାତ ହୋଇପାରିନଥିଲା କିନ୍ତୁ ଜାନୁୟାରୀ ୨୯ ଆତ୍ମହୁତି ପୂର୍ବରୁ ଜାନୁୟାରୀ ୨୭ ରେ ତହସିଲଦାରଙ୍କୁ ପଠାଇ ଜମି ଚିହ୍ନଟ କରିବାରୁ ଚାଷୀମାନେ ଆତ୍ମହୁତିରୁ ନିବୃତ ରହିଥିଲେ l କିନ୍ତୁ ପରେ ଚାଷୀମାନଙ୍କ ସମସ୍ୟା ର କୌଣସି ସମାଧାନ ନହେବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ବାସଭବନ ରେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ l ଆଗକୁ ଆପଣ ମାନଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ପୁରୀଜିଲ୍ଲାପାଳ ନିର୍ଭର ପ୍ରତିଶୃତି ଦେଇଥିଲେ l କିନ୍ତୁ ଦୁଃଖ ର ବିଷୟ ଏହିକିଯେ ଗତ ଫେବୃଆରୀ ୨୬ରେ WATCO ପକ୍ଷରୁ ନିୟୋଜିତ WATCO କାର୍ଯ୍ୟାଳୟ ର ସୁପରଭାଇଜର ଲକ୍ଷ୍ମୀଧର ପ୍ରଧାନ ଏବଂ ତାଙ୍କ ପୁତ୍ର ଜିଲ୍ଲାପାଳଙ୍କ ନିର୍ଦେଶ କୁ ଖାତିର ନକରି ଚାଷୀମାନେ କରିଥିବା ରବିଫସଲ ସୋରିଷ, ବିରି, ମୁଗ ଚାଷ ଜମିରେ ବୁଲଡଜର ଚଢାଇ ସମସ୍ତ କୃଷିଜାତୀୟ ଫସଲ ନଷ୍ଟ କରିଥିଲେ l ଏହା ଦେଖି ଚାଷୀମାନେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବାପରେ ଜିଲ୍ଲାପାଳ ତାଙ୍କ ପ୍ରତିନିଧି ଦଳ ଙ୍କୁ ପଠାଇ ଏହି କାର୍ଯ୍ୟକୁ ବନ୍ଦ କରିଥିଲେ l କିନ୍ତୁ ଚାଷୀମାନେ ଉତ୍ୟକ୍ତ ହୋଇ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉତ୍ତରକୋଣା ର ଲକ୍ଷ୍ମୀଧର ପ୍ରଧାନ ତିନୋଟି ସ୍ତ୍ରୀ ଏଗାରୋଟି ସନ୍ତାନ ଥାଇ କିଭଳି ସରକାରୀ ସୁପରଭାଇଜର ହେଲେ ଏବଂ ବାପପୁଅ କିଭଳି ଠିକାଦାର ହୋଇ ଜିଲ୍ଲାପାଳଙ୍କ ନିର୍ଦେଶ କୁ ଅବମାନନା କରି ଆମ ଫସଲ ନଷ୍ଟ କରିଲେ l ଲକ୍ଷ୍ମୀଧର ପ୍ରଧାନ ଏବଂ ତାଙ୍କ ପୁଅର ଏଭଳି ପ୍ରୟାସ କୁ ସରକାର ଆମକୁ ଉଚିତ ନ୍ୟାୟ ନଦେଲେ ଆମେ ସମୂହ ଚାଷୀ ଲକ୍ଷ୍ମୀଧର ଘରେ ପସି ତାକୁ ଘରୁ ଉଠାଇ ଆଣିବାକୁ ସାମ୍ବାଦିକ ସମ୍ମିଳନୀ ରେ ଧମକ ଦେଇଛନ୍ତି ଚାଷୀମାନେ l ଏହି କାର୍ଯ୍ୟକ୍ରମ କୁ ଗ୍ରାମର ଯୁବ ସମାଜସେବୀ ଶିବ ଜେନାଙ୍କ ସହିତ ୨୧ ଚାଷୀ ପରିବାର ପୂର୍ଣ୍ଣ ସହଯୋଗ କରିବାର ଦେଖିବାକୁ ମିଳିଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
