March 11, 2026

ଐତିହାସିକ ପୀଠ ପୋଡ଼ାଗଡ ମଣ୍ଡେଇ ଅନୁଷ୍ଠିତ………..

fit
Share

ଉମରକୋଟ -ଉମରକୋଟ ବ୍ଲକ ଅଧିନରେ ଥିବା ପୋଡ଼ାଗଡ ଐତିହାସିକ ପୀଠରେ ମାଘ ମଣ୍ଡେଇ ଆଜି ଦ୍ୱିତୀୟ ଦିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ଏହି ଉତ୍ସବରେ ଗତକାଲି ମୁଖ୍ୟ ଅତିଥି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ ବିଧାୟକ ପ୍ରତିନିଧି ସଞ୍ଜୟ କୁମାର ଗୁପ୍ତା, ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପାର ନାୟକ ଓ ପୂର୍ବତନ ସରପଞ୍ଚ ଉଦ୍ଧବ ଚରଣ ନାୟକ ,ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା, ସମ୍ପାଦକ ପୁରୁଷୋତ୍ତମ ଭତରା ସହ ସମ୍ପାଦକ ତୁଳସୀର ଭତରା ଉପ ସଭାପତି ଜଗଦୀଶ ନାୟକ ,ଅନ୍ୟାନ୍ୟ ଉପଦେଷ୍ଟା ଦେବ ପୂଜାରୀ ,ଜଳଧର ମାଝି , କୃଷ୍ଣ ପୂଜାରୀ ବିଞଳ ପୂଜାରୀ ନାରାୟଣ ପୂଜାରୀ ଉପସ୍ଥିତ ରହି ଦ୍ଵିତୀୟ ଦିନର ଉତ୍ସବ ପାଳିତ ହୋଇଥିଲା ଆଜିର ଉତ୍ସବ ରେ ପାଞ୍ଚ ଦେଓ ଭଟ୍ଟା ଠାରେ ତିନି ମୁଠା ଯଥା ହୀରାପୁର ବୋରିଗାଁ, ପାରିଆ ମୁଠାର ତେୟାନବେ 93 ମୌଜାର ଦେବାଦେବୀଙ୍କ ପ୍ରତୀକ ଲାଠି , ଆଙ୍ଗା,କୁର୍ଚୀ ଓ ବିମାନ ଉପସ୍ଥିତ ରହିଥିଲା ବଡକୁମାରିର ବିମାନ ବୋହୂ ମାନେ ଉମରକୋଟ ଗୁଲି ପାଟଣାରେ ଥିବା କୈଳାସ ଚନ୍ଦ୍ର ବେହେରାଙ୍କ ଘରେ ପୋଡ଼ାଗଡ ବାବା ଭୈରବ,ମା ଦନ୍ତେଶ୍ୱରି ଓ ଖମ୍ବେଶ୍ୱରୀ କୁରଚି ଦେବିବାଦ୍ୟର ତାଳେ ତାଳେ ନାଚ ପ୍ରଦର୍ଶନ କରି ଭକ୍ତଙ୍କ ମନମୋହିଥିଲେ ଏହି ମଣ୍ଡେଇ ରେ ଲକ୍ଷାଧିକ ଭକ୍ତ ଉପସ୍ଥିତ ଥିଲେ ପୋଡ଼ାଗଡ ପାହାଡ଼ ଚଢ଼ିବପାଇଁ ଶହଶହ ଦର୍ଶକ ପର୍ଯ୍ୟଟକ ଓଡ଼ିଶା ଛତିଶଗଡ ରାଜ୍ୟର ରହିନେଜି ମଣ୍ଡେଇକୁ ଉପଭୋଗ କରିଥିଲେ ଆସନ୍ତା କାଲି ମଣ୍ଡେଇ ଉଦଯାପନ ହେବ ତିନିମୁଠାର ଦେବାଦେବୀ ବିଦାୟ ନେବେ ଏହି ମଣ୍ଡେଇ ରେ ଅନେକ ଦୋକାନ ବଜାର ବସିଛି ଏହି ପୋଡ଼ାଗଡ ମଣ୍ଡେଇ କୁ ଉପଭୋଗ କରିବା ସହିତ ଘର କରଣା ସାମଗ୍ରୀ କିଣି ବା ପାଇଁ ଏହି ଅଞ୍ଚଳର ଜନ ସାଧାରଣ ଅପେକ୍ଷା କରିଥାନ୍ତି ,ଗତ ରାତ୍ରୀରେ ଦୁଇଗୋଟି ଦେଶିଆ ନାଟକ ପରିବେଷିତ ହୋଇ ଥିଲା ଆଜିର ଉତ୍ସବ ରେ ଦେବା ଦେବି ଙ୍କ ବିଚାର ବିମର୍ଷ ବୋଇଥିଲା ଏତିକିରେ ଆଜିର ମଣ୍ଡେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା.।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed