March 10, 2026

 ଗାଙ୍ଗପୁରରେ ବନାଗ୍ନି ପ୍ରତିରୋଧ, ନିୟନ୍ତ୍ରଣ ଓ ପରିଚାଳନା କର୍ମଶାଳା….

yelr
Share

 

ବେଲଗୁଣ୍ଠା, 28/02, ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନ୍ କାର୍ଯ୍ୟାଳୟ ପରିସରରେ ବନାଗ୍ନି ପ୍ରତିରୋଧ, ନିୟନ୍ତ୍ରଣ ଓ ପରିଚାଳନା ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବନାଗ୍ନି ପରିଚାଳନାରେ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଯୋଗ ଦେଇ ବନାଗ୍ନିର କାରଣ ଏବଂ ପ୍ରତିକାର ସମ୍ପର୍କରେ ମତ ରଖିଥିଲେ I ଉତ୍ତର ଘୁମୁସର ବନଖଣ୍ଡ ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପ,ପର୍ଯ୍ୟାୟ-2 ର ବିଷୟବସ୍ତୁ ବିଷେଷଜ୍ଞ ଶାନ୍ତନୁ କୁମାର ସାହୁ ବନାଗ୍ନି ନିୟନ୍ତ୍ରଣରେ ଜନସାଧାରଣଙ୍କ ସହଭାଗୀତା ଉପରେ ବକ୍ତବ୍ଯ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବନାଞ୍ଚଳ ଅଧିକାରୀ ପୃଥ୍ଵୀରାଜ ପ୍ରଧାନ, ଲୋକନାଥ ଆଚାର୍ଯ୍ୟ ନିଜସ୍ୱ ମତ ପୋଷଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଡାକୁଆ,ବନରକ୍ଷୀ ମନୋଜ କୁମାର ନାୟକ, ସରିତା ପ୍ରଧାନ, ରବି ନାରାୟଣ ବେହେରା ପ୍ରମୁଖ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଯୋଗ ଦେଇ ବନାଗ୍ନି ନିୟନ୍ତ୍ରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ଶତାଧିକ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିଲେ I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)