ଋଷିକୂଲ୍ୟା କଂସାରୀଗଣ୍ଡ ରେ ବ୍ୟାରେଜ ନିର୍ମାଣ ର ଶୁଭାରମ୍ଭ କଲେ ଏମପି, ବିଧାୟକ…
ଛତ୍ରପୁର,28/2- ଋଷିକୂଲ୍ୟା ନଦୀ କଂସାରୀଗଣ୍ଡ ରେ ବ୍ୟାରେଜ ନିର୍ମାଣ ର ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟ ର ଶୁଭାରମ୍ଭ କରିଛନ୍ତି ଏହି ପ୍ରକଳ୍ପ ଲାଗି 152 କୋଟି ଟଙ୍କା ଖର୍ଚ୍ଚ ହେବ ବ୍ୟାରେଜ ର ଲମ୍ବ 205 ମିଟର ରହିବା ସହ 14 ଟି ସୁଇଜ ଗେଟ ରହିବ ଏହି ବ୍ୟାରେଜ ନିର୍ମାଣ ହେଲେ ପାଣି ଗଛିତ ରହିବା ସହ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ଭୁତଳ ଜଳ ରିଚାର୍ଜ, ଫିସେରୀ ଛତ୍ରପୁର, ଗଞ୍ଜାମ, ରଙ୍ଗେଈଲୁଣ୍ଡା ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଇକୋ ଟୁରିଯିମ ର ସୁବିଧା ସହ ଅର୍ଥନୌତିକ ବିକାଶ ହୋଇପାରିବ ଏଥିସହ 8 ମିଟର ଚଉଡା ର ରାସ୍ତା ନିର୍ମାଣ ହେବ ଏହାଦ୍ୱାରା ଛତ୍ରପୁର ଓ ଗଞ୍ଜାମ ବ୍ଲକ ମଧ୍ୟରେ ଯୋଗାଯୋଗ ସୁବିଧା ହୋଇପାରିବ ବୋଲି ସୂଚନା ଦିଆଯାଇଛି ଏହା ଦ୍ୱାରା ଛତ୍ରପୁର ଓ ଗଞ୍ଜାମ ବ୍ଲକ ର 16 ଟି ଗାଁ ର 88 ହଜାର 259 ଲୋକେ ଉପକୃତ ହେବେ 2025 ଅକ୍ଟୋବର ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି ପୋଟଲାମପୁର ପଂଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ବାଇଁ, ଜଳସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ, ଡ଼ିଡ଼ି ବିଲଡର୍ସ ର ପ୍ରୋଜେକ୍ଟ ମ୍ୟାନେଜର ବିକାଶ ବାରିକ, ଲୋକସମ୍ପର୍କ ଅଧିକାରୀ ରାକେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2023 ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଛତ୍ରପୁର ବ୍ଲକ ପୋଟଲାମପୁର – ଗଞ୍ଜାମ ବ୍ଲକ ମଧ୍ୟରେ ଋଷିକୂଲ୍ୟା ନଦୀ କଂସାରୀଗଣ୍ଡ ରେ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି 2 ବ୍ଲକ ର ଅଂଚଳ ବାସିନ୍ଦା ଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲା ତତ୍କାଳୀନ 5 ଟି ସଚିବ ଭି. କେ. ପାଣ୍ଡିଆନ ସେତେବେଳେ ଆଭାସୀ ମାଧ୍ୟମରେ ସ୍ଥାନୀୟ ଜନ ପ୍ରତିନିଧି ଓ ଚାଷୀ ଙ୍କ ସହ ଆଲୋଚନା କରିଥିଲେ ଏବଂ କଂସାରୀଗଣ୍ଡ ରେ ବ୍ୟାରେଜ ନିର୍ମାଣ ପାଇଁ ତାଙ୍କୁ ନିବେଦନ କରାଯାଇଥିଲା (ଅରୁଣ କୁମାର ପଣ୍ଡା )