April 20, 2025

ଚୋରା ଗୋ ଚାଲାଣ ସମୟରେ ଗୋରୁ ବୋଝେଇ କଣ୍ଟେନର କୁ ନୟାହାଟ ଫାଣ୍ଡି ଦ୍ଵାରା ଜବତ l ( ଡ୍ରାଇଭର ଘଟଣା ସ୍ଥଳରୁ ଫେରାର )

Share

ଗୋପ :- ଗୋପ ଥାନା ଅଞ୍ଚଳରେ ଏବେ ଦୈନିକ ଗୋରୁ ଚୋରା ଚାଲାଣ ବୃଦ୍ଧି ହେତୁ ଗୋ ପାଳନକାରି ଚିନ୍ତାରେ l ଗତି କିଛି ଦିନ ପୂର୍ବରୁ ଗୋପ ର ବଜରଙ୍ଗୀ ଦଳ ର ସଦସ୍ୟ ଙ୍କ ଦ୍ଵାରା ଏକ ଗୋ ମାଂସ ଗାଡି କୁ ଜବତ କାରି ଗୋପ ପୋଲିସ କୁ ହସ୍ତାନ୍ତର କରିଥିଲେ l 48 ଘଣ୍ଟା ପରେ ଜବତ ହୋଇଥିବା ଗୋ ମାଂସ କୁ ଥାନା ପରିସରରେ ଜେସିବି ଦ୍ଵାରା ମାଟି ଖୋଲା ଯାଇ ସେଠାରେ ପୋତା ଯାଇଥିଲା l ଠିକ ତାର ଗୋଟେ ସପ୍ତାହ ପରେ 26 ତାରିଖ ସୋମବାର ରାତ୍ରୀ ରେ ଥାନା ଅଧିନସ୍ତ ନୟାହାଟ ଫାଣ୍ଡି ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଁ ଉକ୍ତ 25 ଟି ଗୋରୁ ଥିବା ଏକ ବଡ଼ କଣ୍ଟେନର ଗାଡି କୁ ଜବତ କାରି ଗୋପ ଥାନାରେ କୁ ସ୍ଥାନ୍ତାରିତ କରିଥିଲେ l ସୋମବାର ରାତିରୁ ଗୋପ ନିକଟସ୍ଥ ଗୋଶାଳା କୁ ଯୋଗାଯୋଗ କାରି ବିଫଳ ହେଇଥିଲେ l ମଙ୍ଗଳବାର ସକାଳୁ ନିକଟସ୍ଥ ଗୋଶାଳା ଗୁଡିକ ସହିତ ଯୋଗାଯୋଗ ଚାଲିଛି l 25 ଟି ଗୋ ମାତା ଉକ୍ତ କଣ୍ଟେନର ରେ ମହଜୁତ ରହିଥିବା ସେମାନେ ମୃତ୍ୟୁ ନା ଜୀବିତ ଜାଣିବା ପାଇଁ ଗାଡି ର ପଛପଟ ଖୋଲିବା ସମୟରେ 8 ଟି ଗାଇ ଗୋରୁ ଛଡା ବଦଳଦ ଓ ଷଣ୍ଢ ଆଦି ଗାଡି ରୁ ପଦାକୁ ଢ଼େଇପଡ଼ିଥିଲେ ଥିଲେ ଅବଶିଷ୍ଟ ଗୋରୁ ଗାଡି ଭିତରେ ରହିଛନ୍ତି l ନିକଟସ୍ଥ ହରିହରାନନ୍ଦ ଗୁରୁ କୂଳ ଆଶ୍ରମ ସହିତ ଯୋଗାଯୋଗ କରାଯାଉଛି ଯଦି ଆବଶ୍ୟକୟୀ ପଡେ କାହାର ସହଯୋଗ ନିଆଯାଇପାରେ ବୋଲି ଗୋପ ପୋଲିସ କହିଥିଲେ l ଗାଡି ନମ୍ବର ଟି ହେଊଛି OD 02 E 9640 ଏହି ଗାଡି ଟି ହେଊଛି ଏସ କେ ଅବଦୁଲ ବାରି ନାମକ ଜଣେ ମୁସଲିମ ବ୍ୟକ୍ତିଙ୍କର ଯାହାଙ୍କ ଘର ହେଊଛି ନୂଆଗାଁ ରେ ତାହା ଅଠାନ୍ତର ଅଞ୍ଚଳ ର ବାଲିପାଟଣା ଥାନା ବୋଲି ତାର ନମ୍ବର ପଞ୍ଜିକରଣ ରୁ ସ୍ପଷ୍ଟ ହେଊଛି l ଏହିଭଳି ଅନେକ ଛୋଟ ବଡ଼ ଗାଡି ରେ ଦୈନିକ ଗୋପ ନିମାପଡା ଚାରିଛକ ନୟାହାଟ କାକଟପୁର ଅସ୍ତରଙ୍ଗ ନିଆଳି ଆଦି ଅଞ୍ଚଳରୁ ଶତାଧିକ ଗାଡି ରେ ଚୋରା ଗୋ ଚାଲାଣ ହେଉଥିବାର ଖବର ଶୁଣିବାକୁ ମିଳୁଥିଲା l କିନ୍ତୁ ଗତ କାଲି ନୟାହାଟ ପୋଲିସ ଖବର କୁ କେହିଁ ଜଣେ ଖବର ଦେବାପରେ ଫାଣ୍ଡି ଅଧିକାରୀ ଉକ୍ତ ଗାଡି କୁ ଅଟକାଇଥିଲେ କିନ୍ତୁ ଘଟଣା ସ୍ଥଳରୁ ଡ୍ରାଇଭର ଛୁମ୍ପଟ ମାରିଥିଲା l ସ୍ମରଣ ଥାଉ କି ପୂର୍ବରୁ ଗୋପ ଥାନା ଅଧିନସ୍ତ ପହରା ପଞ୍ଚାୟତ ର ଖଡ଼ିସ ଗ୍ରାମରେ ଏକ ଟାଟା ଏସି ଢ଼ାଲା ଗାଡି ଟି ର ମାଲିକ ଜଣେ ମୁସଲିମ ବ୍ୟକ୍ତି କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଉ ଗାଡି ସାମ୍ନାରେ କୌଣସି ହିନ୍ଧୁ ଦେବା ଦେବୀଙ୍କ ନାମ ଲେଖା ହୋଇଥିବ l ଯାହାଫଳରେ କି ଯେପରି କୌଣସି ବ୍ୟକ୍ତି ସନ୍ଦେହ କରିପାରିବେ ନାହିଁ l ଏଣୁ ସାଧାରଣ ଜନତା ଙ୍କ ସମେତ ଗୋପ ବାକରଙ୍ଗୀ ଦଳ ପକ୍ଷରୁ ଦାବୀ ହୋଇଛି ଯେ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)