November 21, 2024

“ପ୍ରାଥମିକ ଶିକ୍ଷା ର ବିକାଶ ରେ ଶିକ୍ଷଣ ସାମଗ୍ରୀ ର ଭୂମିକା ଅତୁଳନୀୟ “…

Share

 

 

ଉମରକୋଟ – ସମ୍ପ୍ରତି କରୋନା ମହାମାରୀ ପରଠାରୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ରେ ଶିକ୍ଷା ବ୍ୟବସ୍ଥା ରେ ଶିଥିଳତା ଦେଖା ଦେଇଛି ।ଜାତୀୟ ଶିକ୍ଷା ନୀତି
୨୦୨୦ ର ଲକ୍ଷ୍ୟ , ଜାତୀୟ ସର୍ବେକ୍ଷଣ ସଂସ୍ଥା ମାନଙ୍କର ତଥ୍ୟ ଅନୁସାରେ ବର୍ତ୍ତମାନ କେବଳ ଓଡ଼ିଶା ରେ ନୁହେଁ ସାରା ଭାରତ ବର୍ଷ ରେ ପିଲା ମାନଙ୍କର ଶିକ୍ଷା ରେ ଆଶା ତୀତ ଅଧଗତି ହୋଇଛି ।ସେଥିନିମନ୍ତେ ବର୍ତ୍ତମାନ ସାରା ଭାରତ ବର୍ଷ ରେ ୨୦୨୬ ସୁଦ୍ଧା ଏକ ଲକ୍ଷ୍ୟ ଭାବେ ପ୍ରାକ୍ ପ୍ରାଥମିକ ର ଦୁଇଟି ଶ୍ରେଣୀ ଓ ପ୍ରାଥମିକ ର ତିନୋଟି ଶ୍ରେଣୀ ର ପିଲାମାନଙ୍କ ଗଣିତ ଏବଂ ଭାଷା ର ଦକ୍ଷତା ବୃଦ୍ଧି ନିମନ୍ତେ “ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନ କାର୍ଯ୍ୟକ୍ରମ ଚାଲୁଅଛି ।ଶିକ୍ଷଣ ରେ ଦୁର୍ବଳ ପିଲାମାନଙ୍କ ନିମନ୍ତେ ଶିକ୍ଷଣ ସାମଗ୍ରୀ ଏକ ବରଦାନ ସଦୃଶ ବୋଲି ଉମରକୋଟ ସ୍ଥିତ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଶିକ୍ଷା ବିଭାଗର ଅଧିକାରୀ ମାନେ ମତବ୍ୟକ୍ତ କରିଛନ୍ତି ।ଉମରକୋଟ ର ବି.ଆର.ସି .ସି ପୁରୁଷୋତ୍ତମ ମାଝୀଙ୍କ ସଭାପତିତ୍ବ ଅନୁଷ୍ଠିତ ଚାରିଦିନିଆ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ରେ ମୁକ୍ଷ୍ୟ ଅତିଥି ଭାବେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ,ସମ୍ମାନିତ ଅତିଥି ଭାବେ ଏ.ବି .ଓ ,ଦେବେନ୍ଦ୍ର କୁମାର ବାଘ , ସୁଶୀଲା ଯୋରଦାର ପ୍ରମୁଖ ଯୋଗ.ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଏସ୍.ଆର.ଜୀ,ଧନେଶ୍ଵର ପୁହାଣ ତାଙ୍କ ବକ୍ତବ୍ୟ ରେ ଶିକ୍ଷଣ ସାମଗ୍ରୀ ଗୁଡିକ ପିଲା ମାନଙ୍କର ଶିକ୍ଷା କ୍ଷେତ୍ର ରେ ଏକ ବରଦାନ ସଦୃଶ ଅଟେ, ଯାହାକୁ ବ୍ୟବହାର କରି ଏକ ଆନନ୍ଦମୟ ଶିକ୍ଷା ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ପାଇ ପାରିବା ସହ ଏଫ୍.ଏଲ୍ .ଏନ୍ ର ଲକ୍ଷ୍ୟ ହାସଲ ସହଜ ଏବଂ ସୁଗମ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।ଏହା ଦ୍ବାରା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଅନ୍ତର୍ନିହିତ ଶକ୍ତି ର ପରିପ୍ରକାଶ ହୋଇ ପାରିବ ବୋଲି ଅଂଶ ଗ୍ରହଣ କାରୀ ମାନେ ମତ ବ୍ୟକ୍ତ କରିଥିଲେ ।ଏହି ଶିବିରରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ୨୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ଧନେଶ୍ଵର ପୁହାଣ, ସି ଆର ସି ସି ମୋତି ରାମ ଗଣ୍ଡ ,ମଧୁସ୍ମିତା ଦାସ ,ସତ୍ୟନ୍ଦ୍ର ରାଉତ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇ ଥିଲେ ।ଶେଷରେ ସି.ଆର.ସି.ସି ମୋତିରାମ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା ନବରଙ୍ଗ ପୁର ର ବରିଷ୍ଠ ପ୍ରଶିକ୍ଷକ ମୂର୍ତ୍ତି କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା।ଏଥିରେ ସି.ଆର.ସି.ସି , ଅଜୟ ଛୋଟରାୟ ,ଈଶ୍ୱର ଚନ୍ଦ୍ର ସ୍ୱାଇଁ ,ସତ୍ୟବ୍ରତ କର ,ମନୋଜ ବେହେରା ,ସନ୍ତୋଷ ସାହୁ ,ମଧୁସୂଦନ ଜେନା , ବଙ୍କିମ ମଣ୍ଡଳ ,ଚୌବନ ସାହୁ ,ରାଜେନ୍ଦ୍ର ଭାତ୍ରା,ବିଷ୍ଣୁ ସାହୁ ଙ୍କ ସମେତ ସମସ୍ତ ସି.ଆର.ସି.ସି ସହଯୋଗ କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed