March 11, 2026

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ…

uy7t7u
Share

 

ଉମରକୋଟ ସହରସ୍ଥିତ ଡିଏନକେ ମିନି ଷ୍ଟାଡିୟମ ଠାରେ ୭୫ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହ ବିଭିନ୍ନ ସ୍କଲର ଛାତ୍ରୀ,ଛାତ୍ର ମାନଙ୍କ ଦ୍ବାରା ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର। ନବରଙ୍ଗପୁର ଜିଲା ବହୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଯାହାକୁ ନେଇ ଏମାଟି ଧନ୍ୟ ବୋଲି କହିଛନ୍ତି ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର। ଏହି କାର୍ଯ୍ୟକ୍ରମରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ପୈାର ପରିଷଦ ଅଧ୍ୟକ୍ଷା ,ଉପାଧ୍ୟକ୍ଷ ସୁଧାଂଶୁ ଦାସ,ବ୍ଲକ ଅଧକ୍ଷା, ତହସିଲଦାର ମେଘବାନ ବାଘ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ,ପୈାର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେନିଆ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର,ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ,ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଙ୍ଗୀତ,ଚିତ୍ରାଙ୍କନ, ଜି କେ, ବକୃତା ରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରିଯାଇଥିଲା।କାର୍ଯ୍ୟକ୍ରମ ଟିକୁ ଶୃଙ୍ଖଳାର ସହ ସମ୍ପନ ହୋଇଥିବା ଯୋଗୁ ସ୍ଥାନୀୟ ତହସିଲଦାର ବିଭିନ୍ନ ସଙ୍ଘଠନ ତଥା ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନାଶୁ ଆଚାରୀ ଙ୍କ ରିପୋର୍ଟ)