ମୋ ସ୍କୁଲ ଅଭିଯାନର ସମ୍ମିଳନୀ
ଆଜି ବାଳିକା ଉଚ୍ଚ ବିଦ୍ୟାଳୟ କୋଟପାଡ଼ ପରିସରରେ “ମୋ ସ୍କୁଲ୍ ଅଭିଯାନର ପଞ୍ଚବାର୍ଷିକୀ ଫୂର୍ତ୍ତି ବାର୍ଷିକ ସମ୍ମିଳନୀ”ଅବସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପନିର ପୁଷ୍କର ସାଗରଙ୍କ ସଭାପତିତ୍ବରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଗ୍ରଗତି ଏବଂ ପୁରାତନ ଛାତ୍ରୀ ମାନଙ୍କ ଅନୁଦାନ ,ଅବଦାନ ଏବଂ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ସୁଧିର ମହାନ୍ତି ଅତି ସୁନ୍ଦର ରୂପେ ମୋ ସ୍କୁଲ୍ ଅଭିଯାନ ଓ ସରକାରଙ୍କ ପିଲାମାନଙ୍କ ପ୍ରତି ମୁଖ୍ୟ ଆଭିମୁଖ୍ୟକୁ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏବଂ ପାଞ୍ଚ ବର୍ଷ ଫୁର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।ସହକାରୀ ଶିକ୍ଷକ ରାଧାକାନ୍ତ ରାଉତ ଭିଡ଼ିଓ ଓ ପିପିଟି ମାଧ୍ୟମରେ ସରକାରଙ୍କ ମୋ ସ୍କୁଲ ଅଭିଯାନର ଗାଇଡ୍ ଲାଇନ୍ ସମ୍ପର୍କରେ ଅବଗତ କରାଇଥିବାବେଳେ ସ୍କୁଲର ବିଭିନ୍ନ ସମସ୍ୟା ଦୂର କରିବା ସହ ସ୍କୁଲର ଉନ୍ନତି କରଣରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାକୁ କମିଟି ପକ୍ଷରୁ ସ୍ବାଗତ କରାଯିବା ସହ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ସମସ୍ତ ଅଭିଭାବକ,ପୁରାତନ ଛାତ୍ରୀ, କିଛି ଅନୁଷ୍ଠାନର ମୁଖ୍ୟ,ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ରୂପେ ସ୍କୁଲ ଅଭିଯାନର ଆଭିମୁଖ୍ୟ ଏବଂ ଭବିଷ୍ୟତ ରେ ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ବିକଶିତ ରୂପରେଖ ନିମନ୍ତେ କେଉଁ ପଦକ୍ଷେପ ନେଇ ହେବ, କିଭଳି ଆର୍ଥିକ ସହଯୋଗ ଆସିବ ଏବଂ ପିଲାମାନଙ୍କୁ ସମସ୍ତ ଦିଗରୁ ସ୍ୱପ୍ନଦ୍ରଷ୍ଟା କରି ଏହାର ସଫଳ ରୂପାନ୍ତରିକରଣ କରି ପାରିବା ଏହି ସଂପର୍କରେ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଜଣେ ଅଭିଭାବକଙ୍କ ଦ୍ଵାରା ବିଦ୍ୟାଳୟ ନିମନ୍ତେ 4 ଗୋଟି ସିସିଟିଭି କ୍ୟାମେରା ଦେବାର ଘୋଷଣା ଏହା ମୁଖ୍ୟ ଆକର୍ଷଣ ଥିଲା। ବିଦ୍ୟାଳୟର ତିନିଜଣ ଶ୍ରେଷ୍ଠ ପୁରାତନ ଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା।ସଭା ଶେଷରେ ଶ୍ରୀମତୀ ଦମୟନ୍ତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନୀ ଉ ସ ଉପାନ୍ତ ଓଡିଶା I