November 15, 2024

ବାଲିଯାତ୍ରାକୁ ଆଖି ଆଗରେ ରଖି ସପ୍ତାହକ ପୂର୍ବରୁ ମଣ୍ଡେଇ ଯାତ୍ରା ଅନୁଷ୍ଠିତ।

Share

 

କୋରାପୁଟ, ୨୮ /୧

ଆସନ୍ତା ବୁଧବାର ଦିନ ବୋରିଗୁମ୍ମା ବ୍ଳକର ବି.ସିଂହପୁର ଶାଙ୍କୁଳାଇ ମନ୍ଦିରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଥିବା ମଣ୍ଡେଇ ଯାତ୍ରା ଶୁଭାରମ୍ଭ ହେବ। ପ୍ରତି ବର୍ଷ ଏହାର ଦୁଇ ଦିନ ପରେ ଶୁକ୍ରବାର ବୋରିଗୁମ୍ମା, ତାପରେ ପର୍ଯାୟ କ୍ରମେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଧଣ୍ଡରା ଓ ଧଡରା ଠାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ବୋରିଗୁମ୍ମା ଠାରେ ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବାଲି ଯାତ୍ରା କୁ ଆଖି ଆଗରେ ରଖି ବି.ସିଂହପୁର ଶାଙ୍କୁଳାଇ ପୀଠରୁ ଆଜ୍ଞାମାଳ ଆଣିବା ପୂର୍ବକ ୨୭ ତାରିଖରେ ମଣ୍ଡେଇ ଯାତ୍ରା ବୋରିଗୁମ୍ମା ଭୈରବ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।ପୁରୁଣା ବୋରିଗୁମ୍ମାରୁ ପୁରୁଷ ଦେବତାଙ୍କ ପ୍ରତୀକ ଲାଠି ଗୁଡିକୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଭୈରବଙ୍କ ପୀଠକୁ ଅଣାଯାଇ ଥିଲା।ଆଦିବାସୀଙ୍କ ଦ୍ବାରା ଶସ୍ୟ ଅମଳର ଶ୍ରମ ଲାଘବ ତଥା ବିଭିନ୍ନ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସମୁହରୁ ରକ୍ଷା ପାଇବା ପାଇଁ ଏହି ଯାତ୍ରା ସମୟରେ ପଶୁ ପକ୍ଷୀ ବଳିଦାନ ପୂର୍ବକ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଅଛି।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କୁ ମାଗଣା ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିବା ବେଳେ ବୋରିଗୁମ୍ମାର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯାତ୍ରାରେ ସହଯୋଗ କରିଥିବା ଜଣାପଡିଛି।

 

କୋରାପୁଟରୁ ହରିଶ ପଟ୍ଟନାୟକ, ଉପାନ୍ତ ଓଡିଶା

You may have missed