March 11, 2026

ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ବନାଞ୍ଚଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ……….

IMG-20251227-WA0087
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଂଚାୟତ ଅଧୀନରେ ଥିବା ୱାର୍ଡ ନମ୍ବର ୮,୯,୧୦ ଓ ୧୧ ୱାର୍ଡର ଜନସାଧାରଣ ଅଞ୍ଚଳର କେନ୍ଦ୍ର ଗାଁ କେବିଡି କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରି ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚି ଲା ରେଞ୍ଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ୪ ଟି ୱାର୍ଡର ପ୍ରମୁଖ ଗ୍ରାମବାସୀ ବୃନ୍ଦ। |ସୂଚନା ପ୍ରକାରେ ଇଛାପୁର ପଂଚାୟତରେ ଇଚ୍ଛାପୁର ଗାଁକୁ ଛାଡିଦେଲେ ଗୋଟିଏ ବି ରାଜସ୍ବ ଗ୍ରାମ ନାହିଁ | ୱାର୍ଡ ନମ୍ବର ୮,୯,୧୦, ଓ ୧୧ ୱାର୍ଡର କେବିଡି, ଧୂମାମ, ଢ଼େପଗୁଡା, କୁର୍ଲୁଭଟ୍ଟା,ଡ଼ଙ୍ଗରୀଗୁଡା,କରଲାପଡା, ଡୁମୁଣିଗୁଡା, ଗୋଟିପଡା, ଖଲିଆପାଣି, ବରପାଣି, ନୁଆଁପଡା, କୋରାଡ଼ଙ୍ଗରୀ, ବେନ୍ଦ୍ରାପାଣି, ଗୋଇଚଚରା, ଝିରିପାଣି ଆଦି ଗ୍ରାମ ଗୁଡିକ ଠାରୁ ଇଛାପୁର ଗ୍ରାମ ୭ କିମି ରୁ ୮ କିମି ଦୂରରେ ଅବସ୍ଥିତ ରହିଥିବାରୁ ବର୍ଷ ବର୍ଷ ଧରି ଚାରୋଟି ୱାର୍ଡରେ ବସବାସ କରୁଥିବା ପ୍ରାୟ ୩ ହଜାର ଜନସାଧାରଣ ରାଜସ୍ବ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି | ନିଜ ନିଜ ଗାଁରୁ ଇଚ୍ଛାପୁର ଗ୍ରାମକୁ ରାଜସ୍ବ କାର୍ଯ୍ୟ ପାଇଁ ଗଲା ଭିତରେ କେବେ କେବେ ରାଜସ୍ବ ନିରୀକ୍ଷକ ଅନୁପସ୍ଥିତ ରହୁଛନ୍ତି ତ କେବେ କେବେ ଅଫିସ ବନ୍ଦ ରହୁଛି | ତେଣୁ ସବୁବେଳେ ଅସୁବିଧାର ସାମ୍ନା କରୁଥିବା ଉପରୋକ୍ତ ଗ୍ରାମ ଗୁଡିକର ଜନସାଧାରଣ ଅଭିଯୋଗ କରିଛନ୍ତି | ଯଦି ଉପରୋକ୍ତ ୪ ଗୋଟି ୱାର୍ଡର କେନ୍ଦ୍ରରେ ଥିବା କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳେ ତେବେ ୧୫ ଖଣ୍ଡ ଗ୍ରାମ ଓ ପଡ଼ା ର ଜନସାଧାରଣ ଉପକୃତ ହୁଅନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଦିଗାମ୍ବର ସାନ୍ତା,ସେକ୍ରେଟେରୀ ରାଜୀବ ଲୋଚନ ସାନ୍ତା,ଲଖି ଯାନୀ, ମଦନ ମାଝୀ,ରୁପଧର ମାଝୀ, ଦିଗାମ୍ବର ଭତରା,ଧନୁର୍ଜୟ ସାନ୍ତା,ନୀଳାମ୍ବର ସାନ୍ତା,ଦୀନବନ୍ଧୁ ମାଝୀ,ମାନତିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ବାନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି | ଏଠାରେ ସୂଚନା ଥାଉକି କେବିଡି ଗ୍ରାମକୁ ରାଜସ୍ବ ଗ୍ରାମ ସ୍ଵୀକୃତି ପ୍ରଦାନ କରିବାକୁ ଗ୍ରାମବାସୀ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।