ajiro khabar
Share

 

୧-ମାଡ଼ି ଆସିଲାଣି ବାଘୁଆ ଶୀତ,କାନ୍ଥ,ଚଟାଣ ସବୁ କାଲୁଆ,ଟାଙ୍କି ଓ ପୋଖରୀ ପାଣି ଯେମିତି ବରଫ, ନୂଆ ବର୍ଷରୁ ଆହୁରି ଅସହ୍ୟ ହେବ ଶୀତ।

 

୨-ଜାନୁୟାରୀ ୨୧ରେ ଓଏସଏସଟିଇଟି-୨୦୨୫ ପରୀକ୍ଷା।ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ।

 

୩-ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ ସେବା।ଉଭୟ AC,NON AC ବସରେ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ସ୍କୁଲକୁ ଯାଆସ କରିପାରିବେ।

 

୪-ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର; ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି,ଘରେ କେଜିଏ ସୁନା, ରାଜଧାନୀରେ ୨ଟି ଆଲିସାନ କୋଠା,୭ ଦାମୀ ପ୍ଲଟ୍।

 

୫-ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ନବୀନଙ୍କ କଡ଼ା କାଉଣ୍ଟର; କହିଲେ, ଆଗାମୀ ୧୦୦ ବର୍ଷ ଯାଏଁ ରହିବ ବିଜେଡି, କେହି ଭାଙ୍ଗିପାରିବେନି।

 

୬-କିସ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା ପ୍ରତିଭା ଜ୍ୟୋତ୍ସ୍ନା ଶବରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର।

 

୭-ପୁଣି ଜୀବନ ନେଲା ଆମ ବସ୍, ରାଜଧାନୀର ଭରତପୁର-ଚନ୍ଦକା ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ।

 

୮-ପୂର୍ବତନ IAS ଅଧିକାରୀ ଏବଂ ORHDCର MD ବିନୋଦ କୁମାର ଦ୍ୱାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ, ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ।

 

୯-ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ, ସୀତାକୁଣ୍ଡରେ ବଣଭୋଜି କରୁଥିଲେ।

 

୧୦-ଭାରତରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ରେକର୍ଡ ସଂଖ୍ୟକ ବୃଦ୍ଧି, ଆମେରିକା- ଚୀନ ପରେ ତୃତୀୟ ସବୁଠୁ ବଡ଼ ଫୁଏଲ ନେଟଓ୍ବର୍କ।

 

୧୧-ଭୁବନେଶ୍ୱର:ଅପପୁଷ୍ଟି ନିୟନ୍ତ୍ରଣ ପାଇଁ ପ୍ରମୁଖ ଖାଦ୍ୟ ଅଣ୍ଡା, ଏବେ ହୁହୁ ହୋଇ ବଢ଼ି ଚାଲିଛି ଏହାର ଦର।

 

୧୨-ସୀମାନ୍ତରେ ଧାନ ଗାଡ଼ି ଜଗିବ ଏନଫୋର୍ସମେଣ୍ଟ ଟିମ୍‌,ଏନଫୋର୍ସମେଣ୍ଟ ଟିମ୍ ଗାଡ଼ିରେ କ୍ୟାମେରା ମଧ୍ୟ ଖଞ୍ଜାଯାଇଛି।

 

୧୩-ସମ୍ବଲପୁର:ପିଏମ ଆବାସ ସହରାଞ୍ଚଳ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

୧୪-ଜଗତସିଂହପୁର:ଯାତ୍ରା ଜଗତରେ ଶୋକର ଛାୟା; ଚାଲିଗଲେ ଆଉ ଜଣେ ଅଭିନେତା, ପରଲୋକରେ ଖଳନାୟକ ନରେନ୍ଦ୍ର ଦାସ।

 

୧୫-ଆହୁରି ତେଜିଲା ସରକାର-ଡାକ୍ତର କଳି, ରାଜ୍ୟବ୍ୟାପୀ ଦିନ ୧୦ରୁ ୧୧ଟା ଯାଏ ଓପିଡ଼ି ସେବା ବନ୍ଦ।

 

୧୬-ଆଜି ଓଡିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର।

 

୧୭-ଉତ୍ତରପ୍ରଦେଶ ସରକାରୀ ସ୍କୁଲକୁ ସରକାରଙ୍କ ନିର୍ଦ୍ଦେଶ: ଛାତ୍ରଛାତ୍ରୀଙ୍କ ପାଇଁ ଖବର କାଗଜ ପଠନ ବାଧ୍ୟତାମୂଳକ।

 

୧୮-ମାଡ୍ରାସ ହାଇକୋର୍ଟଙ୍କ ପରାମର୍ଶ:ଭାରତରେ ପିଲାଙ୍କ ଲାଗି ବ୍ଯାନ ହେଉ ସୋସିଆଲ ମିଡ଼ିଆ।

 

୧୯-ତୃତୀୟ ମହିଳା ଟି-ଟେଣ୍ଟି,ଭାରତର ସିରିଜ କବଜା, ଶ୍ରୀଲଙ୍କାକୁ ଆଠ ଓ୍ବିକେଟ୍ ରେ ହରାଇଲା।

 

୨୦-ପୁଣି କାନାଡାରେ ଆଉ ଜଣେ ଭାରତୀୟଙ୍କୁ ଗୁଳିମାରି ହତ୍ୟା; ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଗୁଳିମାଡ଼ ପରେ ଅଭିଯୁକ୍ତ ଫେରାର।

 

୨୧-ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା ଭାରତର ଦୁର୍ବଳ ବ୍ୟବସ୍ଥାକୁ କଟାକ୍ଷ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ନିରବତା ଭାଙ୍ଗିଲେ ସରକାର। କହିଲେ ତାଙ୍କୁ ଫେରାଇ ଆଣିବାକୁ ଜୋର୍‌ସୋରରେ ଲାଗିଛୁ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏