ହଜାର ହଜାର ଭକ୍ତଙ୍କ ମେଳରେ ହେଲା ଠାକୁରଙ୍କ ନଗର ପରିକ୍ରମା l
ପୁରୀଜିଲ୍ଲା ର ପୁରୀ ସଦର ଛଇତନା ଗ୍ରାମପଞ୍ଚାୟତ ର ବାଲିଘାଇ ଛକ ନିକଟରେ ନିଗମାନନ୍ଦ ଠାକୁରଙ୍କ ୧୧୦ତମ ସାର୍ଵଭୌମ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନରେ ଠାକୁରଙ୍କ ନଗର ପରିକ୍ରମା ମହାଆଡ଼ମ୍ବର ରେ କରାଯାଇଥିଲା l ନାଗା, ମେଢ଼, ଦେବୀ, କାଳୀ ନାଚ ସହିତ ସମ୍ବଲପୁରୀ ବାଜା ଠାରୁ ଆରମ୍ଭ କରି ଝାଞ୍ଜ କୀର୍ତ୍ତନ ସହିତ ବିଭିନ୍ନ ବାଦ୍ୟଯନ୍ତ୍ର ଏବଂ ସାଂସ୍କୃତିକ ନୃତ୍ୟ ସଂଗୀତ ରେ ହଜାର ହଜାର ଭକ୍ତ ସମ୍ମିଳନୀ ସ୍ଥଳରୁ ବାହାରି ବାଲିଘାଇ ହୋଇ ଛଇତନା ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ l ପ୍ରତ୍ୟେକ ଛକ ଏବଂ ଗ୍ରାମରେ ଏହି ନଗର ପରିକ୍ରମାକୁ ବିପୁଳ ସମ୍ବୋର୍ଦ୍ଧନା ମିଳିଥିଲା l ଦିନ ତିନିଟାରୁ ଠାକୁରଙ୍କ ସମ୍ବୋର୍ଦ୍ଧନା ରଥ ବାହାରି ରାତି ଦଶଟାରେ ସମ୍ମିଳନୀ ଠାରେ ପହଞ୍ଚିଥିଲା l ଏହି ପରିକ୍ରମା ଏକ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l