November 17, 2026

ମୃତ ଚାଷୀଙ୍କ ପରିବାର କୁ ଭେଟିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ l

IMG-20241227-WA0007
Share

 

ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ଡୁଙ୍ଗର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଦେଖି ଚାରିଦିନ ତଳେ ଚାଷଜମିରେ ଟଳିପଡି ମୃତ୍ୟୁବରଣ କରିଥିଲେ ପୂର୍ଣ୍ଣଚନ୍ଦ୍ର l କିନ୍ତୁ ପୂର୍ଣଚନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଏପର୍ଯ୍ୟନ୍ତ କିଛି ମିଳିନାହିଁ l ସ୍ଥାନୀୟ ତହସିଲଦାର ବିଲରେ ଟଳିପଡି ପୂର୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା କହିଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ନକରି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଦେଇଥିବାରୁ ଆଉ କୌଣସି ସରକାରୀ ସହାୟତା ମିଳିବନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ହେଉଛି l ଏଭଳି ପରିସ୍ଥିତି ରେ ପୂର୍ଣ୍ଣଚନ୍ଦ୍ର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ରଥ l ମନୋଜ ରଥ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର କୁ କିଛି ଆର୍ଥିକ ରାଶି ସହଯୋଗ କରିବା ସହିତ ପୂର୍ଣ୍ଣଚନ୍ଦ୍ର ରାଜ୍ୟରେ ଚଳିତବର୍ଷ ପ୍ରଥମ ଚାଷୀ ଯିଏକି ଫସଲ ନଷ୍ଟ ଜନିତ ମୃତ୍ୟୁ ଘଟିଛି ତେଣୁ ତାଙ୍କ ପରିବାରକୁ ଦଶଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ବିଡ଼ିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ଏଠାରେ ବିଧାୟକ ଓମପ୍ରକାଶ ମିଶ୍ର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରକୁ ଭେଟି ଚାଷଜମି ବୁଲି ଦେଖିଥିଲେ ମଧ୍ୟ କୌଣସି ସହାୟତା ଯୋଗାଇ ନାହାନ୍ତି l ସାଧାରଣ ରେ ଏବେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସହାୟତା ପାଇବା ପାଇଁ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି l ଆଗକୁ ଦେଖିବାକୁ ରହିଲା ପୂର୍ଣଚନ୍ଦ୍ରଙ୍କ ପରିବାର ସହାୟତା ପାଉଛନ୍ତି କେବେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed