IMG-20250607-WA0010
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହରସ୍ଥ ୧ନଂ ୱାର୍ଡ ଅନ୍ତର୍ଗତ ନୂଆପଡା ଏକ ବୃହତ ଅଂଚଳ ଅଟେ। କିନ୍ତୁ ୱାର୍ଡ ମେମ୍ବରଙ୍କ ଅପାରଗତା ଯୋଗୁଁ ନୂଆପଡା ବାସି ଦାରୁଣ ଦୁର୍ଦଶା ଭୋଗ କରୁଛନ୍ତି। ନୂଆପଡାର ପ୍ରାୟ ସମସ୍ତ ଡ୍ରେନ ଗୁଡିକ ସଫେଇ ନହେବା ଯୋଗୁଁ ସେଥିରେ ପ୍ରବାହିତ ଅଳିଆ ପାଣି ରାସ୍ତା ଉପରେ ଚାଲିଆସି ରାସ୍ତା ଗୁଡିକରେ କାଦୁଅ ସୃଷ୍ଟି କରୁଛି। ଯେଉଁଥି ପାଇଁ ଲୋକେ ଯିବା ଆସିବା କରିବାରେ ଅନେକ ବାଧା ସୃଷ୍ଟି ହେଉଛି। ଏବାବଦରେ ସଫେଇ କର୍ମଚାରୀଙ୍କୁ ପଚାରିଲେ କହୁଛନ୍ତି ୱାର୍ଡ ମେମ୍ବରଙ୍କୁ ଯାଇ କୁହ। ସେହିପରି ରାସ୍ତା ଗୁଡିକର ମଧ୍ୟ ଅବସ୍ଥା ସାଙ୍ଘାତିକ। ନୂଆପଡ଼ାର ପ୍ରାୟ ସମସ୍ତ ରାସ୍ତା ଖାଲ ଖମାରରେ ପରିପୂର୍ଣ। ରାସ୍ତା କଡରେ ବାଲି, ଗୀଟି ଓ ଆବର୍ଜନା ଗଦା ହେବା ଏକ ସାଧାରଣ କଥା ହୋଇଗଲାଣି। ନୂଆପଡା ବାସି ଏସବୁ ବିଷୟରେ ପୌରପାଳିକା ନିକଟରେ ବର୍ଷ ବର୍ଷ ଧରି ଅଭିଯୋଗ କରିବ ତଥା ବିଭିନ୍ନ ସମ୍ବାଦପତ୍ରରେ ଏବିଷୟରେ ବାରମ୍ବାର ପ୍ରକାଶିତ ହେବା ସତ୍ୱେ ପୌରପାଳୀକାର କରୁଣା ଦୃଷ୍ଟି ପଡୁନାହିଁ। ଏପରିକି ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରାଯିବା ନେଇ ନୂଆପଡା ବାସୀଙ୍କ ତରଫରୁ ଚେତାବନି ଦେବା ସତ୍ୱେ ପୌରପାଳିକାକୁ କିଛି ଫରକ ପଡୁନାହିଁ।ସବୁଠାରୁ ବିଡମ୍ବନାର ବିଷୟ ହେଲା ୱାର୍ଡ ମେମ୍ବରଙ୍କ ନିର୍ବାଚନ ପରେ ବର୍ଷ ବର୍ଷ ହେଲା ଦେଖା ମିଳୁନାହିଁ। ଏହି ସବୁ କାରଣ ଯୋଗୁଁ ବର୍ତମାନ ନିରାଶ ହୋଇ ନୂଆପଡାର କିଛି ବୁଦ୍ଧିଜୀବୀ ଜଣାଇଛନ୍ତି ଯେ ପୌରପାଳିକା ଏସବୁ ସମସ୍ୟାର ଶୀଘ୍ର ସମାଧାନ ପ୍ରତି ଧ୍ୟାନ ନଦିଏ ତାହାହେଲେ ଉଚ୍ଚ ସ୍ଥରରେ ଏହି ସବୁ ସମସ୍ୟା ନେଇ ଅଭିଯୋଗ କରାଯିବ।