November 27, 2026

ଶ୍ରୀଜଗନ୍ନାଥ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା : ଚବିଶବେଶ ଓ ଛପନଭୋଗ ମଣ୍ଡପ ଦର୍ଶନପାଇଁ ପ୍ରବଳ ଭକ୍ତସମାଗମ

IMG-20261126-WA0166
Share

ତିର୍ତ୍ତୋଲ ତା 26/11/2026 : ତିର୍ତ୍ତୋଲବ୍ଲକ ତୁଳଙ୍ଗପଞ୍ଚାୟତ ଅଧିନ ନାଉଲ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବାବା ଈଶାନେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ,ଗତ ବୁଧବାର ସନ୍ଧ୍ୟାରେ ଗଜପତି ଦିବ୍ୟସିଂହ ଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଶ୍ରୀଜଗନ୍ନାଥ ମହୋତ୍ସବ ର ଦ୍ୱିତୀୟସନ୍ଧ୍ୟାରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ବସନ୍ତପୁର ଜଗନ୍ନାଥ ମଠ ମହନ୍ତ ମଦନମୋହନ ଦାସ, ପୁନଙ୍ଗ ନିତାଇଗୌର ସେବାଶ୍ରମ ର ବାବାଜୀ ସନାତନ ଦାସ, ଜଗତସିଂହପୁର ଜଗନ୍ନାଥ ଆଶ୍ରମ ର ବାଇଧର ଦାସ, ବାବାଜୀ ସୀତାରାମ ଦାସ, ବାବା ନାରଣ ଦାସ, ବାବାଜୀ ଜଗନ୍ନାଥ ଦାସ, ବାବାଜୀ ସତ୍ୟଚୈତନ୍ୟ ଦାସ ଜଗନ୍ନାଥ ସେବାଶ୍ରମ ତରଡ଼ାପଡା ଓ ଦିଗୋଡା ଭାବବିନୋଦିଆ ଠାକୁରବାଡ଼ି ର ବାବାଜୀ ରଘୁନାଥ ଦାସଜୀ ପ୍ରମୁଖ ସାଧୁସନ୍ଥମହାତ୍ମା ମାନେ, ବେଦଧ୍ଵନି ମଧ୍ୟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ସ୍କନ୍ଧପୁରାଣ ବର୍ଣ୍ଣିତ ମହାପ୍ରଭୁଙ୍କ କ୍ଷେତ୍ରମାହାତ୍ମ୍ୟ,ମାନବୀୟଲୀଳା ଓ ଅଲୌକିକ ମହିମା ବିଷୟରେ ବକ୍ତବ୍ୟ ରଖିବାବେଳେ, ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ବହୁ ପୁରାଣ ଶାସ୍ତ୍ର, ବେଦବେଦାନ୍ତ, ପ୍ରାଚୀନ କାବ୍ୟକବିତା ଓ ସାମ୍ପ୍ରତିକ ସମାଜରେ ଘଟୁଥିବା କଥାବସ୍ତୁର ଉଦାହରଣ ଦେଇ ଉପସ୍ଥିତ ସହସ୍ରାଧିକ ଭଗବତପ୍ରେମୀ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l ଭକ୍ତିସଙ୍ଗୀତ ଆସର ରେ ସଙ୍ଗୀତ ନିର୍ଦ୍ଦେଶକ ଅନନ୍ତ କିଶୋର ରଥ, ରଣଜିତ ପ୍ରଧାନ ଓ କୁନାଜେନା ଅଂଶଗ୍ରହଣ କରିଥିବା ବେଳେ ମହୋତ୍ସବ ପରିଚାଳନା କମିଟି ର ସଭାପତି ଦିବ୍ୟସୁନ୍ଦର ସାମଲ, ମହାରାଜଙ୍କ ସମେତ ମଞ୍ଚାସିନ ସମସ୍ତ ସାଧୁସନ୍ଥ ମାନଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଅର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ଦ୍ୱିତୀୟଦିବସ ର ସନ୍ଧ୍ୟାରେ ବିଶ୍ଵଶାନ୍ତି ଯଜ୍ଞ, ଚବିଶ ବେଶ ମଣ୍ଡପ, ଜଗନ୍ନାଥ ପୁସ୍ତକମେଳା ଓ ଛପନଭୋଗ ମଣ୍ଡପ ଦର୍ଶନ ପାଇଁ ପ୍ରବଳଭିଡ଼ ପରିଲକ୍ଷିତ ହୋଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମକର୍ତ୍ତା ସନ୍ତୋଷ କୁମାର ସାମଲ, ଧୀରେନ୍ଦ୍ର କୁମାର ଦାସ, ପର୍ଶୁରାମ ବିଶ୍ୱାଳ, ପ୍ରକାଶ କୁମାର ଦାସ, ନରେଶ ସ୍ୱାଇଁ ଓ ଚଟାର୍ଡ଼ଆକାଉଣ୍ଟ ପ୍ରଦୀପ୍ତ କୁମାର ସାହୁ ଙ୍କ ସମେତ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed