October 5, 2024

କଞ୍ଚୁରୁ ହନୁମାନ ଢ଼ିମ୍ବିରାରେ “ଘୁମୁସର ର ସ୍ବର” ପକ୍ଷରୁ ୧୩୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର—*

Share

*କଞ୍ଚୁରୁ ହନୁମାନ ଢ଼ିମ୍ବିରାରେ “ଘୁମୁସର ର ସ୍ବର” ପକ୍ଷରୁ ୧୩୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର—*
——————————————–
ବୁଗୁଡା-ତା-୨୭-୧୧-୨୯୨୩ ରିଖ ବାରଶହ ଶତାବ୍ଦୀରେ ନିର୍ମାଣ ହୋଇଥିବା କଞ୍ଚୁରୁ ସ୍ଥିତ ପାହାଡ଼ ଉପରେ ଥିବା ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୧୩୧ ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଡକ୍ଟର ବ୍ରଜ କିଶୋର ପାଢ଼ୀ ଯୋଗଦେଇ ହନୁମାନ ମନ୍ଦିରର ମାହତ୍ମ୍ୟ ଓ ଢ଼ିମ୍ବିରାର ପ୍ରତ୍ନତାତ୍ତ୍ୱିକ ତଥ୍ଯର ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ପାଙ୍ଗିଡି ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ସଂପାଦକ ପୁର୍ଣ୍ଣଚନ୍ଦ୍ର ବିଷୋୟୀ, ସମିତି ସଭ୍ଯ ସୁଶାନ୍ତ କୁମାର ଆପଟ, କବି କାର୍ତ୍ତିକେଶ୍ଵର ପ୍ରଧାନ, କବି ରାମଚନ୍ଦ୍ର ସାହୁ, ଜି. ରାଜେଶ୍ବର ପାତ୍ର, ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ଖଲି ପରିଡ଼ା, ଭାସ୍କର ପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ଶକ୍ତି ପିଠ ଶାଙ୍କୁଳାଇ ଓ ସନ୍ନିକଟ ଦକ୍ଷିଣ ମୁଖୀ ହନୁମାନ ଢ଼ମ୍ବିରାର ଗୁରୁତ୍ବପୂର୍ଣ୍ଣ ଭୁମିକା ସାହିତ୍ୟ ବହନ କରିଛି ବୋଲି ଅତିଥି ମାନେ ବକ୍ତବ୍ଯ ପ୍ରଦାନ କରିଥିଲେ। କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ସେବନ ଓ କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ, ତ୍ରୀନାଥ ସ୍ବାଇଁ, ସୁରେଶ ଚନ୍ଦ୍ର ବାରିକ, ରାମଚନ୍ଦ୍ର ପାତ୍ର, ଭାସ୍କର ଚନ୍ଦ୍ର ପାତ୍ର, ବିଦ୍ୟାଧର ସ୍ବାଇଁ, ମଙ୍ଗଳା ପାତ୍ର, ବିରୁପାକ୍ଷ ସ୍ବାଇଁ, ବିରୁପାକ୍ଷ ବାରିକ,ରବିନ୍ଦ୍ର ପାତ୍ର ଏବଂ କଞ୍ଚୁରୁର ଯୁବ ଓ ଛାତ୍ର ସଂସଦ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଶେଷରେ କୈଳାଶ ଚନ୍ଦ୍ର ପ୍ରଧାନ ଧନ୍ଯବାଦ ଅର୍ପଣ କରଥିଲେ।
———-*———-