October 27, 2026

ଉଦ୍ଧାର ପରେ ପ୍ରାକୃତିକ ଆବାସରେ ଛଡ଼ାଗଲା ଭାରତୀୟ ଗୋଧିକୁଳୀ ଅନୁଗୋଳ ବନଖଣ୍ଡର ବନ୍ୟଜନ୍ତୁ ସଂରକ୍ଷଣ ପଦକ୍ଷେପ

IMG-20261026-WA0088
Share

 

ଅନୁଗୋଳ: ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଅନୁଗୋଳ ବନଖଣ୍ଡ। ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ବାଗେଡ଼ିଆ ନିକଟସ୍ଥ ଭଟାପାଳ ଗ୍ରାମରୁ ଉଦ୍ଧାର ହୋଇଥିବା ଏକ ଭାରତୀୟ ଗୋଧିକୁଳୀକୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାହାର ପ୍ରାକୃତିକ ବାସସ୍ଥାନରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।

 

ସୂଚନା ଅନୁଯାୟୀ, ଭଟାପାଳ ଗ୍ରାମରୁ ଏହି ସରୀସୃପଟିକୁ ମୋବାଇଲ୍ ଭେଟେରିନାରୀ ୟୁନିଟ୍‌ (MVU)ର ଏକ ଦଳ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଏହା ପ୍ରାକୃତିକ ପରିବେଶରେ ରହିବା ପାଇଁ ସକ୍ଷମ ବୋଲି ଜଣାପଡ଼ିବା ପରେ କୁଳାସିଂହା ରେସ୍କ୍ୟୁ ସେଣ୍ଟର ନିକଟସ୍ଥ ଏହାର ଉପଯୁକ୍ତ ପ୍ରାକୃତିକ ଆବାସରେ ମୁକ୍ତ କରାଯାଇଥିଲା।

 

ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସୁସ୍ଥ ଅବସ୍ଥାରେ ପ୍ରାକୃତିକ ପରିବେଶକୁ ଫେରାଇବା ଜୈବ ବିବିଧତା ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଭଳି ପଦକ୍ଷେପ ମାଧ୍ୟମରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ପ୍ରାକୃତିକ ପରିବେଶର ସନ୍ତୁଳନ ବଜାୟ ରଖିବାକୁ ଅନୁଗୋଳ ବନଖଣ୍ଡ ପ୍ରୟାସ ଜାରି ରଖିଛି।