ଦୁଇଟି ମନ୍ଦିର ରୁ ଚୋରି. କୋଷାଗୁମୁଡା, ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି..
କୋଷlଗୁମୁଡା (ଦୟାରାମ ପନକା )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଶନିବାର ବିଳମ୍ବିତ ରାତିରେ ରାଜୋଡା ପଞ୍ଚାୟତ ଅନ୍ତର୍ଗତ ଚୁରୁଚୁଣ୍ଡା ଗ୍ରାମର ଗଙ୍ଗାଦେବୀ ମନ୍ଦିର ରୁ ଓ଼ କୋଷାଗୁମୁଡା ପଂଚାୟତ ର ଜୁନାପାଣି ଶିବ ମନ୍ଦିର ରୁ ଚୋରି ହୋଇଛି l ଚୁରୁଚୁଣ୍ଡା ମନ୍ଦିର ରୁ ତlଲା ଭାଙ୍ଗି ଦାନ ହୁଣ୍ଡି ମା ଙ୍କର ମଙ୍ଗଳସୂତ୍ର ଓ଼ ହାର ଚୋରି ହୋଇଛି l ଗ୍ରାମର ସନ୍ଦlନି କୁକୁର ସାଇଣ୍ଟିପିକ ଟିମ କୋଷାଗୁମୁଡା ପୋଲିସ ଯାଇ ଅନୁସନ୍ଧାନ କରି ଛନ୍ତି ଏ ନେଇ କୋଷାଗୁମୁଡା ଥାନା ରେ ଏକ ମାମଲା କେ୍ସ ନମ୍ବର ୨୪୬/୨୬ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ବାଙ୍ଗି ସୁଚନା ଦେଇଛନ୍ତି l ସେହିପରି ଜୁନାପାଣି ଶିବ ମନ୍ଦିର ରୁ ତାଲା ଭାଙ୍ଗିଥିଲେ ମଧ୍ୟ କୌଣସି ଜିନିଷ ଚୋରି ହୋଇ ନାହିଁ ବୋଲି ସୂଚନା ମିଳିଥିଲା l ଦିନ କୁ ଦିନ ଚୋରି ଡକାୟତ ହେଉଥିଲେ ମଧ୍ୟ ପୋଲିସ ଠେର ପାଉନାହିଁ l ଏଥିଯୋଙ୍ଗୁ ଲୋକଙ୍କ ମନରେ ଆସନ୍ତୁଷ୍ଟ ଦେଖିବାକୁ ମିଳିଛି,
