ଜିଲ୍ଲା ପାଇଁ ଗୌରବ ଆଣିଥିବା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍ କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ କମିଟି ତରଫରୁ ସମ୍ବର୍ଦ୍ଧନା

IMG-20251027-WA0028
Share

 

 

ଛତ୍ରପୁର,ତା୨୭/୧୦/୨୫(ଅରୁଣ କୁମାର ପଣ୍ଡା) ଓଡିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶିକ୍ଷଣ ଏକାଡେମି, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ଦ୍ୱିତୀୟ ସ୍ଥାନ ରେ ରହିଥିଲେ l ଏହି ପ୍ରତିଯୋଗିତାରେ କରପଡ଼ା ଟିମ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୪ ମସିହାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ନାୟକଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ କଠିନ ରୁ କଠିନ ପରିଶ୍ରମ କରି ଉତ୍ତମ ପ୍ରଦର୍ଶନ କରିବାରୁ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା l ଉକ୍ତ ଟିମର ସମ୍ପାଦକ ତଥା କରପଡା ଅଞ୍ଚଳର ଯୁବ ସମାଜ ସେବୀ ଶ୍ରୀ ରାମ ଚନ୍ଦ୍ର ନାୟକ ଓ NGO ନୋଡାଲ ପ୍ରତିନିଧି ଶ୍ରୀ. ଟୁନା ମହାରଣା ଙ୍କ ନେତୃତ୍ୱରେ ମିନାକ୍ଷୀ ନାୟକ,ସ୍ମୃତି ଚର୍ତ୍ତି, ଶ୍ରଦ୍ଧାଞ୍ଜଳି ଚୌଧୁରୀ,ରିତୁନ କୁମାର ମହାପାତ୍ର,ମୋହନ ନାୟକ,ଶଙ୍କର ନାୟକ,ରୁଦ୍ର ନାୟକ ପ୍ରମୁଖ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ l ବାତ୍ୟା ଆଶ୍ରସ୍ଥଳୀ ର ଟିମ ରାଜ୍ୟ ସ୍ଥରୀୟ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ କରପଡ଼ା ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ସ୍ଥାନ ଅଧିକାରକରି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(OSDMA) କାର୍ଯୟନିର୍ବାହୀ ନିର୍ଦ୍ଦେଶକ, ଓଡିଶା ସରକାର ଙ୍କ ଦ୍ୱାରା ସଂମ୍ମାନିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା କରପଡା ର ସର୍ଚ୍ଚ ଓ ରେସକ୍ୟୁ ଟିମ୍ କୁ ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, କୋଷାଧକ୍ଷ କୁଞ୍ଜ ନାୟକ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର,ସୁଧୀର ମହାରଣା, ଦେବ ନାୟକ, ଉତ୍ତମ ନାୟକ,ବରୁଣ ଚୌଧୁରୀ ଓ ଅନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ I

You may have missed