November 15, 2024

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରୁ ଗଢିଲା ରାଉରକେଲା ଜଗନ୍ନାଥ ଏକ୍ସପ୍ରେସ..

Share

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଦୁର୍ଗମ ରାଇଘର ବ୍ଲକ ଏହି ଉପାନ୍ତ ରାଇଘର ବ୍ଲକ ରୁ ଆଜି ଗଢିଲା ସରକାରୀ ଭୋଲଭୋ ବସ ଏବଂ ଲୋକଙ୍କ ବହୁ ଦିନର ଆଶା ହେଲା ପୂରଣ, ରାଜ୍ୟ ସରକାର ଙ୍କ ଜଗନ୍ନାଥ ଏକ୍ସପ୍ରେସ ଭାବେ ଏହି ବସ ଉଭୟ ଆଡୁ ପ୍ରତିଦିନ ଯାତାୟାତ କରିବ, ଏହି ଅବସରରେ ରାଇଘର ବିଜେପି ପକ୍ଷରୁ ହନୁମାନ ମନ୍ଦିର ନିକଟରେ “କଥା ଦେଇ କଥା ରଖିଲେ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହି ବସ କୁ ଶୁଭାରମ୍ଭ କରିଥିବା ବେଳେ ନବରଙ୍ଗପୁର ପରିବହନ ବିଭାଗର ମ୍ୟାନେଜର ସନ୍ତୋଷ ନାୟକ ସଭାପତିତ୍ୱ କରିଥିଲେ ମଞ୍ଚ ପରିଚାଳନା କରିଥିଲେ ପ୍ରୀତିସ୍ନିଗ୍ଧା ମହାପାତ୍ର,ବହୁତ ଦିନ ଧରି ଲୋକଙ୍କ ଆଶା ରହିଥିଲା ରାଇଘର ରୁ ସିଧାସଳଖ ରାଉରକେଲା ଯିବାର ତାହା ଆଜି ସ୍ବପ୍ନ ପୂରଣ କଲେ ମୋହନ ସରକାର ଙ୍କ ପରିବହନ ମନ୍ତ୍ରୀ ବିଭୁତି ଜେନା ଙ୍କୁ ଗଣଶିକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣେଇଥିଲେ, ରାଇଘର ରୁ ସନ୍ଧ୍ୟା ୬ ଟାରୁ ବାହାରି ଏହି ବସ ନବରଙ୍ଗପୁର, ଭବାନୀପାଟଣା,ଜୁନାଗଡ଼, ବଲାଙ୍ଗୀର,ବରପାଲି, ବରଗଡ଼, ଝାରସୁଗୁଡା, ସମ୍ବଲପୁରୀ ଏବଂ ରାଜଗାଙ୍ଗପୁର ଦେଇ ସକାଳ ସାଢେ ୬ ଟା ବେଳେ ପହଂଚିବ ରାଉରକେଲା,ପ୍ରାୟ ସାଢେ ୧୨ ଘଣ୍ଟା ସମୟ ଧରି ଏହି ବସ ଯାତ୍ରୀଙ୍କ ବିଳାସପୂର୍ଣ୍ଣ ଯାତ୍ରା ଯୋଗେଇ ଦେବାର ବ୍ୟବସ୍ଥା ରହିଛି ବୋଲି ନବରଙ୍ଗପୁର ଜିଲ୍ଲା ପରିବହନ ମ୍ୟାନେଜର ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି, ପୁରୁଷ ଯାତ୍ରୀ ଙ୍କ ପାଇଁ ଟିକଟ ମୂଲ୍ୟ ୧୨୭୦/- ଟଙ୍କା ଥିବାବେଳେ ମହିଳା ଯାତ୍ରୀ ଙ୍କ ପାଇଁ ଟିକଟ ମୂଲ୍ୟ ଥିଲେ ୬୩୫/- ଟଙ୍କା, ଏହି କାଯ୍ୟକ୍ରମରେ ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନଡ଼ିଆ ବାଡେଇ ବସକୁ ପୂଜାର୍ଚନା କରି ପତାକା ଦେଖେଇ ବସ ର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସମ୍ପାଦକ ରମେଶ ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ସାଂସଦଙ୍କ ପ୍ରତିନିଧି ସୁଦର୍ଶନ ମାଝୀ, ଗଞ୍ଜାପାରା ସରପଞ୍ଚ ମୋତିରାମ ନାୟକ, ରାଇଘର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା, ଯୋଡିଙ୍ଗା ମଣ୍ଡଳ ସଭାପତି ଶରତ ଜେନା, ବିଧାୟକ ପ୍ରତିନିଧି ଶିବନାଥ ବାନାର୍ଜୀ ଙ୍କ ସମେତ ସମସ୍ତ ବିଜେପି କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।