October 6, 2024

ଏନ୍ଏସ୍ଏସ୍ ୟୁନିଟ୍-୨ର ସ୍ବତନ୍ତ୍ର ଶିବିର ଉଦଯାପିତ

Share

ଏନ୍ଏସ୍ଏସ୍ ୟୁନିଟ୍-୨ର ସ୍ବତନ୍ତ୍ର ଶିବିର ଉଦଯାପିତ
ବୁଗୁଡା : ତା ୨୭/୧୦/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ଏନ୍ଏସ୍ଏସ୍ ମହିଳା ୟୁନିଟ୍-୨ର ସପ୍ତଦିବସୀୟ ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ଯୋଗ ଦେଇ ସ୍ବେଛାସେବୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ସେବାକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲା ବେଳେ ପର୍ଯ୍ୟବେକ୍ଷକ ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସୌମ୍ଯଶ୍ରୀ ସାହୁ ଓ ସରିବ୍ କୁମାର ପ୍ରଧାନ ଯୋଗ ଦେଇଥିଲେ । ଉକ୍ତ ସପ୍ତଦିବସୀୟ ଶିବିର ଅବସରରେ ୟୁନିଟ୍ ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ଶୁଭସ୍ମିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ୫୦ ଜଣ ସ୍ବେଚ୍ଛାସେବୀ ପୋଷ୍ଯଗ୍ରାମ ବରଡ଼ିପଲ୍ଲୀରେ ଲୋକଙ୍କ ଜୀବନ ଜୀବିକା ସମ୍ପର୍କିତ ସର୍ଭେ, ସଫେଇ , ସ୍ବଚ୍ଛତା ଓ ସ୍ବାସ୍ଥ୍ଯ ବିଜ୍ଞାନ ସମ୍ପର୍କିତ କର୍ମଶାଳା , ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା , ବୃକ୍ଷ ରୋପଣ , ସ୍ବାସ୍ଥ୍ୟ ଶିବିର , ସଡକ ସୁରକ୍ଷା ଓ ବାଲ୍ଯ ବିବାହ ନିରୋଧ ସଚେତନତା ଆଦି କାର୍ଯ୍ୟକ୍ରମମାନ କରି ଗ୍ରାମବାସୀଙ୍କଠାରୁ ସାଉଁଟିଥିବା ପ୍ରଶଂସା ଏବଂ ପ୍ରାପ୍ତ ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ ବୋଲି ସ୍ବ ସ୍ବ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଉଦଯାପନୀ ଉତ୍ସବ ଅବସରରେ ଅତିଥମାନଙ୍କ ଦ୍ବାରା ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ଛାତ୍ରୀ କ୍ରିଷ୍ଣାଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।