ମୁନି ରୁଷି ଶୃଙ୍ଗ ପୂଜା ମହୋତ୍ସବ ମହା ସମାରୋହରେ ପାଳିତ
ବରଗଡ ,ତା ୨୭/୯
ବରଗଡ ଜିଲା ପାଇକମାଲ ବ୍ଲକ ଟେମରୀ ଗ୍ରାମ ବାସୀ ବୃନ୍ଦ ଙ୍କ ଉଦ୍ୟମରେ ପୁରାଣ ବର୍ଣିତ ମୁନି ରୁଷି ଶୃଙ୍ଗ ପୂଜା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ବିଗତ ବହୁ ବର୍ଷ ଧରି ଟେମରୀ ଚିର ସବୁଜ ବନାନୀ ଜଙ୍ଗଲ, ପାହାଡ଼ ରେ ଦେବୀ ବେଳବାଉସେନ, ଆଡ଼ୁ ହାଲପାଟ, ହାଡ଼ ବାହୀ, ହାଡ଼ରଖି, ଅରୁଣ, ବରୁଣ, ସାତ ବହନି ପାର୍ଶ୍ୱ ଦେବାଦେବୀ ପୂଜା ପାଇ ଆସୁଛନ୍ତି। ତନ୍ମଧ୍ୟରୁ ମୁନି ରୁଷି ଶୃଙ୍ଗ, ବ୍ରହ୍ମଣ୍ଡକ ରୁଷି ଅନ୍ୟତମ। ପ୍ରତି ବର୍ଷ ହଜାର ହଜାର ଭକ୍ତ ଟେମରୀ ଗ୍ରାମ ତଥା ଆଖ ପାଖ ଗ୍ରାମର ମୁନି ରୁଷି ଶୃଙ୍ଗ ପୂଜା ମହୋତ୍ସବ ରେ ଭକ୍ତି ସହକାରେ ଯୋଗ ଦାନ କରିଥାନ୍ତି। ଚଳିତ ବର୍ଷ ଗୁରୁବାର ଦିନ ରାତ୍ରି ରୁ ଭଜନ, କୀର୍ତ୍ତନ ଧରି ରୁଷି ଶୃଙ୍ଗ ମଠ କୁ ଯାଇଥିଲେ। ଶୁକ୍ରବାର ସକାଳେ ପୂଜା ଅର୍ଚନା ଗ୍ରାମ ପୂଜାରୀ ରାଜ କୁମାର ବରିହା ତାଙ୍କ ସହଯୋଗୀ ଯୁଧିଷ୍ଠିର ବରିହା କରିଥିଲେ। ଟେମରୀ ମଗରା ନାଲା ଡ୍ୟାମ ଠାରେ ଅନ୍ନ ଛତ୍ର ଭୋଗ ଭକ୍ତ ମାନଙ୍କ ର ପାଇଁ ବ୍ୟବସ୍ଥା କରା ଯାଇଥିଲା। ଟେମରୀ ଗ୍ରାମରେ ମନୋରଞ୍ଜନ ପାଇଁ ଝିଅ ପାଲା,ସଂକୀର୍ତନ ବୈଠକି, ଦୂଲଦୁଲି ବାଦ୍ୟ ପରିବେଷଣ କରା ଯାଇଥିଲା।ରାତ୍ରି ସମୟରେ ମା କରମ ସାନି ପୂଜା ସହିତ କର୍ମସନୀ ବାହକ ପରିବେଷଣ କରାଯାଇଥିଲା। ମୁନି ରୁଷି ଶୃଙ୍ଗ ଙ୍କ ପୂଜା ଅର୍ଚନା କରିବା ଦିନଠୁ ଧରିତ୍ରୀ ଶସ୍ୟ ଶ୍ୟମାଳା ରେ ଭରି ଉଠେ ବୋଲି ଲୋକଙ୍କ ମୁଖ ରୁ ଶୁଣାଯାଏ।ତେଣୁ ପ୍ରତି ବର୍ଷ ଟେମରୀ ଗ୍ରାମରେ ମହା ସମରୋହରେ ମୁନି ରୁଷି ଶୃଙ୍ଗ ପୂଜା ପାଳିତ ହୁଏ। ପୂଜା କମିଟି ଆବାହକ ବାଲକୃଷ୍ମ ବନଛୋର, ସଭାପତି ଲଳିତ ଭୋଇ, କୋଷାଧକ୍ଷ ଟିକେଶ୍ୱର ବରିହା, ଉପଦେଷ୍ଟା କମିଟି ମୁଖ୍ୟ ମୋହନ ଦଣ୍ଡ ସେନା, ଅମୃତ ବାରିକ, ଘନ ଶ୍ୟାମ ସାହୁ, ଝସକେତନ ଭୋଇ, ପ୍ରଶାନ୍ତ ସାହୁ, ଧର୍ମ ବଛା, ଲିଙ୍ଗରାଜ ବାରିକ ପ୍ରମୁଖ ପୂଜନ ଉତ୍ସବ ରେ ସହ ଯୋଗିତା କରିଥିଲେ।
