September 27, 2026

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖୁଣ୍ଟୁଲିପାଲି ଠାରେ ମାତୃ କର୍ମଶାଳା ଅନୁଷ୍ଠିତ

IMG-20260927-WA0043
Share

 

 

ବରଗଡ ,

ରବିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖୁଣ୍ଟୁଲିପାଲି ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଭୋଜରାଜ ଦୁଆନ ଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ବିଭାଗ ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭେଡେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଯୁକ୍ତ ଆଶିଷ କୁମାର ସାହୁ ଉପସ୍ଥିତ ରହି ଶିଶୁ ର ସର୍ବାଙ୍ଗୀନ ବିକାଶରେ ମା’ ର ଭୂମିକା ବିଷୟରେ ଆଲୋଚନା କରିବା ସହିତ ବୃଦ୍ଧ ମାତାପିତାଙ୍କ ପ୍ରତି ପୁଅବୋହୁଙ୍କ ସମ୍ମାନ ବିଷୟରେ ସମ୍ବଲପୁରୀ କବିତା ମାଧ୍ୟମରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଭୋଜରାଜ ଦୁଆନ ଅତିଥି ପରିଚୟ ତଥା ଉପଢୌକନ ପ୍ରଦାନ କରିବା ସହିତ ଶିଶୁ ବାଟିକା ପ୍ରମୁଖ ପଦ୍ମିନୀ ଭୁଏ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶେଷରେ ମଉସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ଗଜାନନ ବନ୍ଛୋର ଙ୍କ ସହିତ ଶିଶୁ ବାଟିକା ବିଭାଗ ର ଗୁରୁଜୀ ଗୁରୁମା ଉପସ୍ଥିତ ରହି ବିଭିନ୍ନ କ୍ରିୟାକଳାପ ଆଧାରିତ କାଳାଂଶ ଗୁଡିକ କରିଥିଲେ।