September 27, 2026

ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ

IMG-20260927-WA0016
Share

 

 

ବରପାଲି : ୨୭/୯(ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗଦେଇ ପ୍ରଭୁ ଅନନ୍ତ ଶୟନ ବିଷ୍ଣୁଙ୍କ ଦର୍ଶନ କରିଥିଲେ।ପୂଜା ମହୋତ୍ସବ ଅବସରରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ସୁଷମା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚତୁରୀ ମେହେର, ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଗ୍ରାମବାସୀଙ୍କ ଏଭଳି ପାରମ୍ପରିକ ଆୟୋଜନକୁ ପ୍ରଶଂସା କରିଥିଲେ। ପୂଜା ମହୋତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ଧାର୍ମିକ ଭାବନାକୁ ଆହୁରି ସୁଦୃଢ଼ କରୁଥିବା ମତ ପ୍ରକାଶ ପାଇଥିଲା।ଏହି ଅବସରରେ ହାଟପଦା ପୂଜା କମିଟିର ସଦସ୍ୟ ଧନମାଳୀ ମେହେର, ସାନ ମେହେର, ରାଜିନ୍ଦ୍ର ମେହେର, ଜଗଦୀଶ ମେହେର, ଭକ୍ତ ମେହେର, ସୁଦାମ ମେହେରଙ୍କ ସମେତ ପୂଜା କମିଟିର ସଦସ୍ୟ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ମହୋତ୍ସବକୁ ସଫଳ କରିବାରେ ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗ ରହିଥିଲା।